ପ୍ରସିଦ୍ଧ ଫିଲ୍ମ ନିର୍ମାତା କେଭିନ୍ ଟ୍ୟୁରେନଙ୍କ ପରଲୋକ, ୪୪ ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ
13/11/2023 at 4:03 PM

ନୂଆଦିଲ୍ଲୀ: ଲୋକପ୍ରିୟ ଟିଭି ସିରିଜ୍ ‘ୟୁଫୋରିଆ’ ଓ ‘ଦ ଆଇଡଲ’ର ନିର୍ମାତା କେଭିନ୍ ଟ୍ୟୁରେନଙ୍କ ପରଲୋକ ହୋଇଛି । ୪୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣର ସ୍ପଷ୍ଟ ହୋଇ ନାହିଁ । ଟ୍ୟୁରେନଙ୍କ ମୃତ୍ୟୁ ଖବରରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ଫିଲ୍ମ ନିର୍ମାତା କେଭିନ୍ ଟ୍ୟୁରେନଙ୍କ ପରିବାରରେ ତାଙ୍କ ପତ୍ନୀ ଏଭେଲିନା ଓ ଦୁଇ ପୁଅ ଜ୍ୟାକ୍ ଓ ଜେମ୍ସ ଅଛନ୍ତି । ତାଙ୍କ ବାପା ଏଡଭର୍ଡ ଟ୍ୟୁରେନ ରବିବାର ରାତିରେ ଏକ ବୟାନରେ କହିଛନ୍ତି, ‘କେଭିନ୍ ଖାସ୍ ଥିଲେ, ତାଙ୍କ ବିନା ଦୁନିଆ ଛୋଟ ଲାଗିବ’।
ପଢନ୍ତୁ: ପରଲୋକରେ ସାଉଥ୍ ଅଭିନେତା ଗଙ୍ଗା, ହୃଦ୍ଘାତରେ ଚାଲିଗଲା ଜୀବନ
କେଭିନ୍ ଟ୍ୟୁରେନ ପ୍ରଥମେ ଲରୀ କ୍ଲାର୍କଙ୍କ ବାସୁପ ରକର୍ସ ନିର୍ମାଣ କରିଥିଲେ । ଏହାପରେ ସେ ମ୍ୟାକ୍ଲମ ଆଣ୍ଡ ମେରୀ, ୱେଭ୍ସ, ଅର୍ବିଟ୍ରେଜ୍, ଦ ବର୍ଥ ଅଫ୍ ଏ ନେସନ, ପିସେସ୍ ଅଫ୍ ଏ ୱମେନ୍, 99 ହୋମ୍ସ ନିର୍ମାଣ କରିଥିଲେ । ଟେଲିଭିଜନରେ କେଭିନ୍ ଟ୍ୟୁରେନଙ୍କ କାମ ମଧ୍ୟରେ ୟୁଫୋରିଆ ଓ ଦ ଆଇଡଲ ସହ ଓଲିଭିୟର ଅସାୟସା ଇରମା ଭେପ୍ ସାମିଲ ରହିଛି ।