KKR ଏବଂ SRH ମଧ୍ୟରୁ କିଏ ହେବ ଚାମ୍ପିୟନ ? ଦୁଇ ପୂର୍ବତନ କ୍ରିକେଟର ଏହି ଟିମ୍ ଉପରେ ଲଗାଇଲେ ବାଜି

Published By : Prameya-News7 Bureau | May 25, 2024 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ଫାଇନାଲ ମୁକାବିଲା ମେ ୨୬ ଅର୍ଥାତ୍ ରବିବାର ଖେଳାଯିବ । ଆଇପିଏଲ୍‌ରେ ଚଳିତ ବର୍ଷ କିଏ ଚାମ୍ପିୟନ ହେବ, ଏହାକୁ ନେଇ ସମସ୍ତେ ଅନୁମାନ ଲଗାଇବା ଆରମ୍ଭ କରିଛନ୍ତି । ଏହାରି ଭିତରେ ଦୁଇ ଜଣ ପୂର୍ବତନ କ୍ରିକେଟର, ମେଥ୍ୟୁ ହେଡେନ ଏବଂ କେଭିନ୍ ପିଟରସନ୍ ମଧ୍ୟ ଆଗମୀ ଆଇପିଏଲ୍ ବିଜେତାଙ୍କୁ ନେଇ ନିଜ ରାୟ ଦେଇଛନ୍ତି । ମେଥ୍ୟୁ ହେଡେନ୍ ଏବଂ କେଭିନ୍ ପିଟରସନଙ୍କ ଅନୁମାନ କୋଲକାତା ନାଇଟ୍ ରାଇଡର୍ସ ରବିବାର ହେବାକୁ ଥିବା ଆଇପିଏଲ୍ ଫାଇନାଲରେ ଭଲ ସ୍ଥିତିରେ ଅଛି । ଉଭୟଙ୍କ ମତରେ କେକେଆରର ଭଲ ସ୍ପିନ୍ ଆଟାକ୍ ଏବଂ ଏସଆରଏଚ୍ ବିପକ୍ଷରେ ଭଲ ରେକର୍ଡ ଏହା ପଛର କାରଣ । କେକେଆର ଲିଗ୍ ପର୍ଯ୍ୟାୟ ମ୍ୟାଚରେ ହାଇଦ୍ରାବାଦକୁ ହରାଇଥିଲା । ଏଭଳି ସ୍ଥିତିରେ ରବିବାର ଫାଇନାଲରେ ତାର ସ୍ଥିତି ମଜଭୁତ ହେବ ।

ହେଡେନ ଷ୍ଟାର ସ୍ପୋର୍ଟ୍ସ କ୍ରିକେଟ୍ ଲାଇଭରେ କହିଛନ୍ତି ଯେ ମୁଁ ଆଶାବାଦୀ ଯେ କେକେଆର ଏଥର ବିଜୟୀ ହେବ କାରଣ ଟିମକୁ କିଛି ଦିନର ବିଶ୍ରାମ ମିଳିଛି । ସନରାଇଜର୍ସ ହାଇଦ୍ରାବାଦର ଶକ୍ତି ଏବଂ ଦୁର୍ବଳତା ଜାଣିବାରେ ସହାୟକ ହେବ । ସେ କହିଛନ୍ତି ଯେ କେକେଆର ସନରାଇଜର୍ସ ହାଇଦ୍ରାବାଦକୁ ହରାଇଛନ୍ତି ଏବଂ ଟିମ୍ ଭଲ ଲୟରେ ଅଛି । ସୁନୀଲ ନାରାୟଣ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ସ୍ପିନ୍ ଯୋଡି ଲାଲ୍ ମାଟିରେ ଆସୁବିଧା ସୃଷ୍ଟି କରିଛି । ହେଡେନ୍ କହିଛନ୍ତି ଯେ ଭାଗ୍ୟ ସବୁବେଳେ ଖେଳାଳିଙ୍କ ଜୀବନରେ ଭୂମିକା ଗ୍ରହଣ କରିଥାଏ, ଏହା ଉପରେ କୌଣସି ପ୍ରଶ୍ନ ନାହିଁ ।

ସେହିପରି ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ମଧ୍ୟ କହିଛନ୍ତି ଯେ କେକେଆର ଚଳିତ ଥର ଆଇପିଏଲ ଟାଇଟଲ୍ ଜିତିବା ପାଇଁ ବଡ଼ ଦାବିଦାର । ପିଟରସନ କହିଛନ୍ତି ଯେ ଅହମଦାବାଦରେ ଏସଆରଏଚ୍ ଯେପରି ଭାବେ ହାରିଲା ସେଥିରେ ଖୁସି ନାହାନ୍ତି । ତାଙ୍କ ଅନୁସାରେ ରବିବାର ମ୍ୟାଚରେ ଟିମ୍ ବ୍ୟାକଫୁଟରେ ରହିପାରେ । ପିଟରସନଙ୍କ କହିବା ଅନୁସାରେ ମ୍ୟାଚରେ ଟସ୍ ଗୁରୁତ୍ୱପୂର୍ଣ୍ଣ ରହିବ, କିନ୍ତୁ କେକେଆର ସକାରାତ୍ମକ ମାନସିକତାରେ ଖେଳୁଛି । ଯେଉଁଥି ପାଇଁ ସେ ନିଶ୍ଚିତ ରୂପେ ହାଇଦ୍ରାବାଦ ଉପରେ ଭାରି ରହିବ । 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.