Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡରେ ଭିଆଇପି ଅତିଥି ହେଲେ କେନ୍ଦୁଝର ଜୁଆଙ୍ଗ ଜନଜାତିର ଦମ୍ପତ୍ତି ରତ୍ନାକର ଓ ସୁଲୋଚନା

25/01/2019 at 6:24 PM

ନୂଆଦିଲ୍ଲୀ୨୫|୧: ଆସନ୍ତାକାଲି ଦିଲ୍ଲୀଠାରେ ସାଧାରଣତନ୍ତ୍ର ଦିବସ ପରେଡରେ ଭିଆଇପି ଗେଷ୍ଟ ହୋଇଛନ୍ତି ଦେଶର ଆଦିବାସୀ ଜନଜାତି  । ଭିଆଇପି ଅତିଥି ଭାବେ ଚଳିତବର୍ଷ ଓଡିଶାର  କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ଦମ୍ପତି ଯୋଗ ଦେଉଛନ୍ତି। କେନ୍ଦୁଝର ଜିଲ୍ଲା ତଳସୁମଠ ଗ୍ରାମର ଜୁଆଙ୍ଗ ଦମ୍ପତି ହେଲେ ରତ୍ନାକର ଜୁଆଙ୍ଗ ଓ ସୁଲୋଚନା ଜୁଆଙ୍ଗ। ଦୁହେଁ ଭିଆଇପି ଗ୍ୟାଲେରୀରେ ଆଗରେ ବସି ଅନ୍ୟମାନଙ୍କ ସହ ପରେଡକୁ ଉପଭୋଗ କରିବେ।

ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରୁ ଆଦିବାସୀ ଅତିଥିଙ୍କୁ ନିମନ୍ତ୍ରଣ କରିଛି। ଏହି ଅତିଥି ତାଲିକାରେ ରହିଛନ୍ତି କେନ୍ଦୁଝରର ଏହି ଜୁଆଙ୍ଗ ଦମ୍ପତି।

ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନରହରି ପାତ୍ରଙ୍କ ତତ୍ତ୍ବାବଧାନରେ ଦୁହେଁ ବିମାନରେ ଆସି ବିଶ୍ୱ ଯୁବକ କେନ୍ଦ୍ର ରେ ରହିଛନ୍ତି । ସେମାନେ ଦିଲ୍ଲୀରେ ୧୦ ଦିନ ରହିବା ଭିତରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ତଥା କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଭିଆଇପି ଗ୍ୟାଲେରୀରେ ବସି ପରେଡ ଦେଖିବା ନେଇ ସେମାନେ ଅତ୍ୟନ୍ତ ଖୁସି ଏବଂ ଏହା ଜୁଆଙ୍ଗ ସମ୍ପ୍ରଦାୟ ପାଇଁ ଗର୍ବର ବିଷୟ ବୋଲି  କହିଛନ୍ତି। ଗାଁରେ ଶିକ୍ଷାର ପ୍ରସାର ଲାଗି ଅଧିକ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ସମ୍ପ୍ରଦାୟର ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି।

ଓଡିଶା ସମେତ ଅନ୍ୟ ଆଦିବାସୀ ଜନଜାତି ମଧ୍ୟ ସାମିଲ ହୋଇଛନ୍ତି। ଏଥିରେ ଆଣ୍ଡାମାନ ନିକୋବରର ର ଗ୍ରେଟ ଆଣ୍ଡାମାନିଜ ଜନଜାତି ମଧ୍ୟ ଏଠାକୁ ଆସି ଗର୍ବ ଅନୁଭବ କରୁଛନ୍ତି।

   Related Posts