ବର୍ଷେ ଯାଏଁ ଏହି ୪ଟି ରାଶି ଉପରେ ପ୍ରସନ୍ନ ରହିବେ କେତୁ ! ଧନସମ୍ପତ୍ତି ଲାଭ ସହ ମିଳିବ ପଦ-ପ୍ରତିଷ୍ଠା

Published By : Prameya-News7 Bureau | May 27, 2022 IST

କେତୁ ଗ୍ରହ ଅପ୍ରେଲ ୧୨ ତାରିଖରେ ତୁଳା ରାଶିରେ ପ୍ରବେଶ କରିଥିଲେ । ଆସନ୍ତା ବର୍ଷ ଅକ୍ଟୋବର ୩୦ ଯାଏଁ କେତୁ ତୁଳା ରାଶିରେ ବିରାଜମାନ କରିବେ । ସାଧାରଣତଃ କେତୁ ନାଁ ଶୁଣିଲେ ଲୋକଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ । ମାତ୍ର ଶୁଭ ଫଳ ମଧ୍ୟ ପ୍ରଦାନ କରିଥାନ୍ତି । ସବୁବେଳେ ବକ୍ରୀ ହେଉଥିବା କେତୁ ଯେଉଁମାନଙ୍କ କୁଣ୍ଡଳୀରେ ଶୁଭ ସ୍ଥିତିରେ ରୁହନ୍ତି ସେମାନଙ୍କୁ ଅଜସ୍ର ଧନସମ୍ପତ୍ତି, ମାନ-ସମ୍ମାନ ସବୁକିଛି ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା ଆସନ୍ତା ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ସମୟ କେଉଁ ୪ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ।

କର୍କଟ ରାଶି :

କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଭଲ ରହିବ । ସେମାନଙ୍କ ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇଯିବ । ଅନେକ ବଡ ପରିବର୍ତ୍ତନ ହୋଇପାରେ । ବଡ ପଦ ମଧ୍ୟ ମିଳିପାରେ । ଭିନ୍ନ ପରିଚୟ ସୃଷ୍ଟି କରିପାରନ୍ତି ।

ସିଂହ ରାଶି :

ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ କେତୁଙ୍କର ତୁଳା ରାଶିରେ ଗୋଚର ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇପାରେ । ସାହାସ, ପରାକ୍ରମ ବଢିପାରେ । ଜଣେ ନେତା ଭାବେ ସକ୍ରିୟ ରହିପାରନ୍ତି । ବଡ ଦାୟିତ୍ବ ମିଳିପାରେ । କହିପାରିବା ଯେ ଏହି ସମୟ ଭାଗ୍ୟଦ୍ୟୋୟ କରିପାରେ । ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହୋଇପାରେ ।

ତୁଳା ରାଶି :

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି କେତୁ ଗୋଚର ଶୁଭ ଫଳଦାୟୀ ହେବ । ଏମାନଙ୍କୁ ନୂଆ ନିଯୁକ୍ତି ମିଳିପାରେ । ଆର୍ଥିକ ସ୍ଥିତି ଭଲ ରହିବ । ଧନ ଲାଭର ଯୋଗ ରହିଛି । ଅନେକ ଉପାୟରେ ଆୟ ବୃଦ୍ଧି ହୋଇପାରେ । ଏହି ରାଶିର ବ୍ୟକ୍ତି ଯେଉଁମାନେ ବିବାହ କରିନାହାନ୍ତି ସେମାନଙ୍କ ବିବାହର ଯୋଗ ରହିଛି ।

ବିଚ୍ଛା ରାଶି :

ବିଛା ରାଶିର ବ୍ୟକ୍ତିଙ୍କୁ କେତୁଙ୍କ ଗୋଚର ଭଲ ଫଳ ଦେବ । ଶୁତ୍ରଙ୍କ ଉପରେ ବିଜୟ ଲାଭ କରିପାରନ୍ତି । କାମରେ ଉନ୍ନତି ହେବ । ପଦୋନ୍ନତି-ଦରମା ବୃଦ୍ଧି ହୋଇପାରେ । ବ୍ୟବସାୟୀ ଲାଭବାନ ହୋଇପାରନ୍ତି । ସାହସ ବୃଦ୍ଧି ହେତୁ ନିଷ୍ପତ୍ତି ନେବା ସହଜ ହୋଇପାରେ । ଜୀବନରେ ସୁଖର ଯୋଗ ରହିଛି ।

ବି.ଦ୍ର.- ଏଠାରେ ପ୍ରଦାନ କରାଯାଇଥିବା ସୂଚନା ସାଧାରଣ ଅନୁମାନ ଏବଂ ସୂଚନା ଉପରେ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.