ଅସୁରକ୍ଷିତ ସେବାଶ୍ରମରେ ଥମୁନି କେଳେଙ୍କାରୀ , ଆନ୍ଦୋଳନ ପାଇଁ ସଜ ହେଲେଣି ଆଦିବାସୀ ଓ ହରିଜନ
5/03/2020 at 8:13 PM

ନୂଆପଡା ୦୫।୦୩: ଅସୁରକ୍ଷିତ ସେବାଶ୍ରମ । ଗତ କିଛି ଦିନ ଭିତରେ ନୂଆପଡା ଜିଲ୍ଲାରେ ସେବାଶ୍ରମରେ ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ଓ ସେବାଶ୍ରମ ନିକଟରେ ଛାତ୍ରଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଏହାକୁ ପ୍ରମାଣିତ କରୁଛି । ତେବେ ୨ଟି ଘଟଣାର ଅଭିଯୁକ୍ତ ଏଯାଏ ଧରାପଡି ନଥିବା ବେଳେ ଏହାକୁ ନେଇ ବଢୁଛି ଅସନ୍ତେ।ଷ । ଜିଲ୍ଲା ପ୍ରଶାସନକୁ ଦାୟୀ କରି ଆନ୍ଦ।ଳନ ପାଇଁ ପ୍ରସ୍ତୁତ ହେଉଛି ଆଦିବାସୀ ଓ ହରିଜନ ଗୋଷ୍ଠୀ । ଅନ୍ୟପଟେ ବିଭିନ୍ନ ସେବଶ୍ରମ ବୁଲି ଛାତ୍ରଛାତ୍ରୀଙ୍କୁ ସଚେତନ କରୁଛି ଏକ ୫ ଜଣିଆ ଟିମ୍ ।
ସେବାଶ୍ରମରେ କେତେ ସୁରକ୍ଷିତ ଛାତ୍ରଛାତ୍ରୀ ? ନୂଆପଡା ଜିଲ୍ଲା କୁସୁମଜୋର ଅଞ୍ଚଳରେ ଜଣେ ଆଦିବାସୀ ଛାତ୍ରୀ ସାତ ମାସର ଗର୍ଭବତୀ ହେବା ଏବଂ ଦର୍ଲ୍ଲିପଡା ସେବାଶ୍ରମରେ ଛାତ୍ରଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହେବା ପରେ ଏହି ପ୍ରଶ୍ନ ଉଠିବା ସ୍ବାଭାବିକ । ଛାତ୍ରୀ ଗର୍ଭବତୀ ହେବା ଘଟଣା ଲେ।କଲେ।ଚନକୁ ଆସିବା ପରେ ଆଦିବାସୀ ମଞ୍ଚ ଦୀର୍ଘ ୨୨ ଦିନ ଧରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ବିଦ୍ୟାଳୟ ସାମନାରେ ଧାରଣାରେ ବସିଥିଲେ । କିନ୍ତୁ ଏଯାଏ କାର୍ଯ୍ୟାନୁଷ୍ଠାନ୍ ଶୂନ୍ । ସେପଟେ ଛାତ୍ରଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ସେବାଶ୍ରମର ପ୍ରଧାନ ଶିକ୍ଷକ ସମେତ ହଷ୍ଟେଲ ଅଧିକ୍ଷକଙ୍କୁ ନିଲମ୍ବିତ କରି ଚୁପ୍ ବସିଛି ପ୍ରଶାସନ । ଯାହାକୁ ନେଇ ଏକ ବିରାଟ ଆନ୍ଦେ।ଳନ ପାଇଁ ପ୍ରସ୍ତୁତ ହେଉଛି ଆଦିବାସୀ ହରିଜନ ଗେ।ଷ୍ଟୀ । ବୁଧବାର ଏକ ବୈଠକ କରି ଜିଲ୍ଲା ପ୍ରଶାସନକୁ ଘେରିବାକୁ ନିଷ୍ପତି ହେ।ଇଛି ।
ସେପଟେ ଛାତ୍ରଛାତ୍ରୀଙ୍କୁ ଚାପମୁକ୍ତ କରିବା ପାଇଁ ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଏକ ପାଞ୍ଚ ଜଣିଆ ଟିମ୍ ଜିଲ୍ଲାର ବିଭିନ୍ନ ସେବାଶ୍ରମ ଯାଇ ଛାତ୍ର ଛାତ୍ରୀଙ୍କୁ ଭେଟି ଆଲେ।ଚନା କରୁଛନ୍ତି । ଟିମ୍ରେ ଅଛନ୍ତି ମେଣ୍ଟାଲ ହେଲ୍ଥ ୟୁନିଟର ଡାକ୍ତର,ଏଏନଏମ,ଶିଶୁ ସୁରକ୍ଷାକର୍ମୀ,ଦୁଇଜଣ ମହିଳା ସଚେତକ । ପ୍ରଥମ ଦିନରେ ଦର୍ଲ୍ଲିପଡା ଓ ମିଛାପାଲି ସେବାଶ୍ରମରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଯାଇଛି । ଏହି ପ୍ରୟାସ ଛାତ୍ର ଛାତ୍ରୀ ଚାପମୁକ୍ତ କରିବ ବେ।ଲି ଆଶା ବାନ୍ଧିଛି ଟିମ୍ । ଗରିବ, ଆଦିବାସୀଙ୍କୁଗୁଣାତ୍ମକ ଶିକ୍ଷା ଦେବା ପାଇଁ ପାଣି ଭଳି ପଇସା ଖର୍ଚ୍ଚ ହେଉଛି । କିନ୍ତୁ ସେବାଶ୍ରମରେ ଏଭଳି ଘଟଣା ଯେ।ଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।