କରୋନା ସଂକ୍ରମଣ ବୃଦ୍ଧି ଲାଗି କେରଳରେ ପୁଣି ଫେରିଲା ରବିବାର Lock down , ୨ ସପ୍ତାହ ପୂର୍ବରୁ ହଟାଇଥିଲେ ସରକାର

Published By : Prameya-News7 Bureau | August 27, 2021 IST

ତିରୁଅନନ୍ତପୁରମ ୨୭।୮: କେରଳ ସରକାର ପୁଣି ଥରେ ରାଜ୍ୟରେ ସପ୍ତାହନ୍ତ ଲକଡାଉନ ଜାରି ଲାଗି ବାଧ୍ୟ ହୋଇଛନ୍ତି।  ରାଜ୍ୟରେ କରୋନା ସଂକ୍ରମଣ ଯେଉଁ ହାରରେ ବଢୁଛି ଏଥିରେ ସରକାର ୨ ସପ୍ତାହ ପୂର୍ବେ ରାଜ୍ୟରୁ ହଟାଇଥିବା କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ରବିବାର ଦିନଟି ରାଜ୍ୟରେ କଡ଼ାକଡ଼ି ଲକଡାଉନ କରାଯିବ ବୋଲି ଜଣାପଡିଛି।

{"id":502135,"width":838,"height":471,"sizeSlug":"full","linkDestination":"none"}

 ମାତ୍ର କିଛି ଦିନର ଅନ୍ତରାଳରେ ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ହାର ୩୦ ହଜାର ପାର କରିଛି। ଏବେ ରାଜ୍ୟରେ ସଂକ୍ରମଣ ପଜିଟିଭିଟି (ସକରାତ୍ମକତା) ହାର ୧୯ ପ୍ରତିଶତକୁ ପାର କରିବା ସରକାରଙ୍କ ନିଦ ହଜାଇ ଦେଇଛି। ସେପଟେ କରୋନା ସଂକ୍ରମଣ ବୃଦ୍ଧି ଲାଗି ବିରୋଧୀଦଳ ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରାଜ୍ୟରେ ସରକାରଙ୍କୁ  ଘେରିବା ଆରମ୍ଭ କରିଦେଇଛନ୍ତି। ଏ ବାବଦେ ସରକାରଙ୍କ ଏପର୍ଯ୍ୟନ୍ତ ନିଷ୍ପତ୍ତିକୁ ସେମାନେ ‘ଦାୟିତ୍ୱହୀନତା’ ଓ ‘ମୁର୍ଖତାପୂର୍ଣ୍ଣ’ ବୋଲି କହିବାକୁ ମଧ୍ୟ ପଛାଇ ନାହାନ୍ତି।

ଏଥିରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ପରିସ୍ଥିତିକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ଗୁରୁବାର ସ୍ୱତନ୍ତ୍ର ସମୀକ୍ଷା ମଧ୍ୟ କରିଥିଲେ। ଏଥିରେ ବିପଦଜନକ ଭାବେ ବଢ଼ୁଥିବା କରୋନା ଗ୍ରାଫକୁ ନିୟନ୍ତ୍ରିତ କରିବା ଲାଗି ସରକାର ନେଇଥିବା ପଦକ୍ଷେପର ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ଭିଡିଓ କନଫରେନସିଂରେ ହୋଇଥିବା ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଅଧିକାରୀ ଯୋଗ ଦେଇଥିଲେ।

{"id":502136,"sizeSlug":"full","linkDestination":"none"}

ଦକ୍ଷିଣ ରାଜ୍ୟମାନଙ୍କରେ ୧ ଲକ୍ଷରୁ ଅଧିକ କେସ ଲୋଡରେ କେରଳ ଏକମାତ୍ର ପ୍ରଦେଶ। ତେବେ ବାକି ୪ଟି ରାଜ୍ୟରେ ୧୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ କେସ ଲୋଡ ରହିଛି। ସେହିପରି ଦେଶର ଅନ୍ୟ ୩୧ ରାଜ୍ୟରେ ୧୦ ହଜାରରୁ ବି କମ୍‌ ମାମଲା ଏବେ ରହୁଥିବା ସମୀକ୍ଷା ବୈଠକରୁ ଜଣାପଡିଛି। ବୈଠକରେ ଉପସ୍ଥିତ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିନା ଜର୍ଜ ସଂକ୍ରମଣ ହାର ବୃଦ୍ଧି ଲାଗି ଘରୋଇ ସଙ୍ଗରୋଧ କେନ୍ଦ୍ରରେ ଗାଇଡଲାଇନ ଉଲ୍ଲଂଘନକୁ ଦାୟି କରିଛନ୍ତି। ତେବେ କୋଭିଡ-୧୯ ସଂକ୍ରମଣ ଦୃଷ୍ଟିରୁ ସେପ୍ଟେମ୍ବର ଓ ଅକ୍ଟୋବର ମାସ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ସରକାର ଚେତାଇ ଦେଇଛନ୍ତି। କାରଣ ବର୍ଷର ଏହି ସମୟରେ ଅଧିକାଂଶ ପ୍ରମୁଖ ପର୍ବପର୍ବାଣୀ ପାଳିତ ହୁଏ। ଏଥିପ୍ରତି ସତର୍କ ରହିବାକୁ କେନ୍ଦ୍ର ସରକାର ସତର୍କ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.