ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଭ୍ୟାକସିନ୍‌ ସାର୍ଟିଫିକେଟରେ ମୋଦିଙ୍କ ଫଟୋ କାହିଁକି? କୋର୍ଟ କହିଲେ,‘ସେ ଦେଶବାସୀଙ୍କ ପ୍ରଧାନମନ୍ତ୍ରୀ, ଆପଣ କାହିଁକି ଏତେ ଲଜ୍ଜା ଅନୁଭବ କରୁଛନ୍ତି’

13/12/2021 at 6:36 PM

ଥିରୁଓ୍ବନନ୍ତପୁରମ୧୩/୧୨ : ଭ୍ୟାକସିନ୍‌ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋକୁ କେରଳ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ନେଇ ପ୍ରଶ୍ନ କରିଛନ୍ତି କୋର୍ଟ । ଯାଚିକାର ଶୁଣାଣିକରି ଜଷ୍ଟିସ୍‌ ପିପି କୁହ୍ନିକୃଷ୍ଣନ୍‌ ଯାଚିକାକର୍ତ୍ତାକୁ କହିଛନ୍ତି, ‘ଯଦି ଦେଶର ପ୍ରଧାନମନ୍ତ୍ରୀଙ୍କ ଫଟୋ ଭ୍ୟାକସିନ୍‌ ସାର୍ଟିଫିକେଟରେ ରହୁଛି ତେବେ ଏଥିରେ ଅସୁବିଧା କଣ ହେଉଛି । ଯଦି କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାଁରେ ଦେଶରେ ୟୁନିଭରସିଟି ହୋଇପାରୁଛି ତେବେ ପାର୍ଟିଫିକେଟରେ ପିଏମ୍‌ ମୋଦିଙ୍କ ଫଟୋ ରହିବାରେ ସମସ୍ୟା କାହିଁକି?’

ଜଷ୍ଟିସ୍‌ ପିପି କୁହ୍ନିକୃଷ୍ଣନ୍‌ ଯାଚିକାକର୍ତ୍ତାକୁ କହିଛନ୍ତି, ‘ସେ ଆମ ଦେଶର ପ୍ରଧାନମନ୍ତ୍ରୀ କୌଣସି ଅନ୍ୟ ଦେଶର ନୁହେଁ । ତାଙ୍କୁ ଦେଶର ଜନତା ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି । ରାଜନୈତିକ ମତଭେଦ ରଖି ଆପଣ ଏଭଳି ଚ୍ୟାଲେଞ୍ଜ କରିପାରିବେ ନାହିଁ ।’ ମାମଲା ଦାୟର କରିଥିବା ବ୍ୟକ୍ତିଙ୍କୁ କୋର୍ଟ କହିଛନ୍ତି, ‘ଆପଣ ଆପଣଙ୍କ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏତେ ଲଜ୍ଜା ଅନୁଭବ କାହିଁକି କରୁଛନ୍ତି ? ଦେଶର ୧୦୦କୋଟି ଲୋକଙ୍କୁ ଏଥିନେଇ କୌଣସି ଆପତ୍ତି ନାହିଁ ତେବେ ଆପଣଙ୍କୁ କାହିଁକି ଏତେ ଅସୁବିଧା ହେଉଛି । ଆପଣ ଅଯଥାରେ କୋର୍ଟର ସମୟ ନଷ୍ଟ କରୁଛନ୍ତି’ ।

ସୂଚନାଯୋଗ୍ୟ, ପିଟର ମ୍ୟାଲପରଂମଭିଲ ନାମକ ଜଣେ ବ୍ୟକ୍ତି କୋଭିଡ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ଚ୍ୟାଲେଞ୍ଜ କରି କୋର୍ଟରେ ମାମଲା ଦାୟର କରିଥିଲେ । ଗତ ଅକ୍ଟୋବର ମାସରେ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚଳାନା କରୁଥିବା ଆଇନଜୀବୀ ଅଜିତ ରାୟ କୋର୍ଟଙ୍କୁ କହିଥିଲେ ଯେ, ‘ଭ୍ୟାକସିନ୍‌ ସାର୍ଟିଫିକେଟ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ମାମଲା ଏବଂ ଏଥିରେ ପ୍ରଧାନମନ୍ତ୍ରୀଙ୍କର କୌଣସି ଅଧିକାର ନାହିଁ, ରହିବ ଯଦି କାହିଁକି ରହିବ ? ଟିକା ନେଇଥିବା ବ୍ୟକ୍ତି ଟଙ୍କା ଦେଇ ଭ୍ୟାକସିନ୍‌ ନେଇଛନ୍ତି, ତେଣୁ ଏଥିରେ ବାହା ବାଃ.. ନେବାକୁ ସରକାରଙ୍କର କୌଣସି ଅଧିକାର ନାହିଁ । ଅନ୍ୟ ଦେଶମାନଙ୍କରେ କୌଣସି ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କର ଫଟୋ ନାହିଁ ।’

ଏହାକୁ ନେଇ କୋର୍ଟ କହିଛନ୍ତି, ‘ସେ ଦେଶରେ ପ୍ରଧାନମନ୍ତ୍ରୀଙ୍କୁ ନେଇ ଗର୍ବ କରୁନଥିଲେ କିନ୍ତୁ ଆମକୁ ଆମ ପ୍ରଧାନମନ୍ତ୍ରୀଙ୍କୁ ନେଇ ଗର୍ବ କରିବା କଥା । ସାରା ଦେଶର ଲୋକେ ତାଙ୍କୁ ନିର୍ବାଚିତ କରିଛନ୍ତି । ଆମର ବିଚାରଧାରା ଅଲଗା ହୋଇଥାଇପାରେ କିନ୍ତୁ ଏହାପରେ ମଧ୍ୟ ସେ ଦେଶର ପ୍ରଧାନମନ୍ତ୍ରୀ ।

   Related Posts