ଅନଲାଇନ୍‌ରେ ବିରିଆନୀ ମଗାଇ ଖାଇବା ପରେ ଗଲା ଯୁବତୀଙ୍କ ଜୀବନ; ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | January 07, 2023 IST

ଥିରୁଭନନ୍ତପୁରମ: ଅନ୍‌ଲାଇନ୍ ବିରିଆନୀ ମଗାଇ ଖାଇବା ପରେ ଫୁଡ୍‌ ପଜଏନିଂରେ ଗଲା ଯୁବତୀଙ୍କ ଜୀବନ। ଶନିବାର କେରଳର ପେରୁମ୍ବଲା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ଶନିବାର ୨୦ ବର୍ଷୀୟା ଯୁବତୀ ଅଞ୍ଜୁ ଶ୍ରୀପରଭାଥି ସ୍ଥାନୀୟ ହୋଟେଲରୁ କୁଝିମାନ୍ଥୀ ନାମକ ବିରିଆନୀ ଆଣି ଖାଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ପୁଲିସର ସୂଚନା ଅନୁସାରେ, ଡିସେମ୍ବର ୩୧ରେ ଅଞ୍ଜୁ ଅନ୍‌ଲାଇନ୍‌ରେ କସରଗୁଡର ରୋମାନ୍ସିଆ ରେସ୍ତୋରାଁରେ କୁଞ୍ଜିମାନ୍ଥୀ ମଗାଇ ଖାଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ସେବେଠାରୁ ସେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ଏହି ଘଟଣାରେ ଅଞ୍ଜୁଙ୍କ ଅଭିଭାବକ ଅଭିଯୋଗ କରିବା ପରେ ଥାନାରେ ମାମଲାରେ ରୁଜୁ ହୋଇଛି। ଶବବ୍ୟବଚ୍ଛେଦ ରିପୋର୍ଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଯୁବତୀଙ୍କ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ ମାଙ୍ଗାଲୁରୁ ଏକ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହୋଟେଲ୍‌ର ଲାଇସେନ୍ସ ଓ ଖାଦ୍ୟର ମାନ ପରୀକ୍ଷା କରିବା  ସହିତ ଡାକ୍ତରୀ ରିପୋର୍ଟ ବି ମଗାଯାଇଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.