krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସକାଳେ ମନ୍ଦିରରେ ପୂଜା ପାଠ; ସନ୍ଧ୍ୟାରେ ଷ୍ଟଣ୍ଟ୍ ଓ ବାଇକ୍ ରେସିଂ, ଇଏ କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟ୍ ପୂଜାରୀ

22/08/2023 at 7:12 PM

ନୂଆଦିଲ୍ଲୀ 22/08 : ଭୋରରେ ଭକ୍ତି, ସନ୍ଧ୍ୟାରେ ସାହସ। ଏହି କଥାଟି 34 ବର୍ଷୀୟ ପୂଜାରୀ ଉନ୍ନୀକୃଷ୍ଣନ୍ ବିଏଲଙ୍କ ଉପରେ ପୂରା ଫିଟ୍।  ସକାଳ ହେଲେ ଦେବୀ ଦୁର୍ଗାଙ୍କ ଆରତୀ କରନ୍ତି, ରାତି ହେଲେ ସେ ପାଲଟନ୍ତି ବାଇକ୍ ରେସର। ଯେଉଁଥିପାଇଁ କେରଳର ଏହି ପୁରୋହିତ ଜଣଙ୍କ  ଚର୍ଚ୍ଚାରେ। ଏହି ପୁରୋହିତ ଜଣେ ବାଇକ୍ ରେସର୍ ।  

ସାଧାରଣତଃ ଯେତେବେଳେ ମନ୍ଦିରର ପୁରୋହିତଙ୍କ କଥା ଆସେ, ମନରେ ଯେଉଁ ଚିତ୍ର ଦେଖାଯାଏ, ତାହା ହେଉଛି ଶାନ୍ତ, ବୃଦ୍ଧ ବ୍ୟକ୍ତି ତିଲକ ପିନ୍ଧିବ ସହ  ଧୋତି ପିନ୍ଧିଥିବେ। କିନ୍ତୁ 34 ବର୍ଷୀୟ ଏହି ପୁରୋହିତ ସେହି ଭାବମୂର୍ତ୍ତିକୁ ପରିବର୍ତ୍ତନ କରିଛନ୍ତି। ସେ କେରଳର କୋଟାୟାମର ମୂଳ ବାସିନ୍ଦା । ଉନିକ୍ରିଷ୍ଣନ୍ ଭି.ଏଲ୍ ମଞ୍ଜୁରର ପୁଡୁକୁକୁଲମଗରା ଦେବୀ ମନ୍ଦିରରେ ପୁରୋହିତ । ସକାଳ ପୂଜା କାର୍ଯ୍ୟ ପରେ, ସନ୍ଧ୍ୟାରେ କରନ୍ତି ବାଇକ୍ ରେସିଂ। ପୂଜା ପରେ ସେ ନିଜର ହେଲମେଟ୍, ଜ୍ୟାକେଟ ଏବଂ ଜୋତା  ପିନ୍ଧି ମନ୍ଦିର ନିକଟରେ ବାଇକ୍ ଷ୍ଟଣ୍ଟ୍ କରନ୍ତି। ଭକ୍ତ ଏବଂ ସ୍ଥାନୀୟ ଲୋକ ପ୍ରଥମେ ସେମାନଙ୍କଠାରେ ଏହି ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ହେଲେ ବର୍ତ୍ତମାନ ସେମାନେ ଅଭ୍ୟସ୍ତ।

ଉନ୍ନିକ୍ରିଷ୍ଣନ୍ 2006- 2007 ମଧ୍ୟରେ ଷ୍ଟଣ୍ଟ୍ କରିବା ଆରମ୍ଭ କରିଥିଲେ । 2010 ରେ ବିଏସ୍ସି କମ୍ପ୍ୟୁଟର ସାଇନ୍ସ ପରେ ସେ କ୍ୟାମ୍ପସ୍ ନିଯୁକ୍ତି ମାଧ୍ୟମରେ ଚାକିରି ପାଇଥିଲେ। ତିନି ବର୍ଷ ପରେ ସେ ଚାକିରି ଛାଡିଥିଲେ କାରଣ ସେ ଅନୁଭବ କରିଥିଲେ ଯେ ଏଥିରେ ସେ ଖୁସି ନାହାନ୍ତି। ସେ କହିଛନ୍ତି, “ମୁଁ ଅନୁଭବ କଲି ଯେ ମୁଁ ଏକ କର୍ପୋରେଟ୍ ଚାକିରି କରି ଖୁସି ହୋଇପାରିବି ନାହିଁ। ମୁଁ ଚାକିରି ଛାଡ଼ି ଉତ୍ତରାଖଣ୍ଡ ଗସ୍ତରେ ଯାଇଥିଲି। ଉତ୍ତରାଖଣ୍ଡ ବୁଲିଲି। ଏହି ଗସ୍ତ ମୋ ଜୀବନର ମୋଡ଼ ବଦଲାଇଦେଇଥିଲା।”

ପ୍ରଥମେ ପରିବାର ଚାକିରି ଛାଡିବାକୁ ନିଷ୍ପତ୍ତି ନେଇ ଖୁବ୍ ରାଗି ଯାଇଥିଲେ। କିନ୍ତୁ ପରେ ସେମାନେ ପୁଅର ଇଚ୍ଛାକୁ ମାନି ନେଇଥିଲେ। ପରେ ସେ ପୁରୋହିତ ହୋଇଥିଲେ ଏବଂ ସେହି ସମୟରେ ବାଇକ୍ ରେସିଂ ପ୍ରତି ଥିବା ତାଙ୍କ ଆଗ୍ରହକୁ ବି ଆଗକୁ ନେଲେ। ଉନ୍ନିକୃଷ୍ଣନ୍  ବିଭିନ୍ନ ବାଇକ୍ ରେସିଂରେ ଭାଗ ନେଇ ଅନେକ ଥର ବିଜେତା ହୋଇଛନ୍ତି। ଆଗକୁ କିଛି ବଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Also Read- କୋଏମ୍ବାଟୁର ଶିଳ୍ପୀଙ୍କ ନିଆରା ପ୍ରତିକୃତି, ପ୍ରସ୍ତୁତ କଲେ ୪ ଗ୍ରାମ୍ ସୁନାରେ ଦେଢ ଇଞ୍ଚର ଚନ୍ଦ୍ରଯାନ

   Related Posts