ଆରବ ସାଗରରେ ଦାନାବାନ୍ଧୁଛି ଘୂର୍ଣ୍ଣିବାତ୍ୟା ‘ଟାଉକଟେ’, ମତ୍ସ୍ୟଜୀବିଙ୍କୁ ସମୁଦ୍ର ବାରଣ କଲେ କେରଳ ସରକାର

Published By : Prameya-News7 Bureau | May 12, 2021 IST

ତିରୁଅନନ୍ତପୁରମ ୧୨।୫: ଆରବ ସାଗରରେ ଘୂର୍ଣ୍ଣିବାତ୍ୟା ଟାଉକଟେ ଦାନା ବାନ୍ଧୁଥିବା ଭାରତୀୟ ପାଣିପାଗ ବିଭାଗ( ଆଇଏମଡି)ଙ୍କ ଆକଳନ ପରେ କେରଳ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ସାମୁଦ୍ରିକ ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବିଙ୍କୁ ନଯିବା ଲାଗି ପରାମର୍ଶ ଦିଅଯାଇଛି। ତେବେ ଘୂର୍ଣ୍ଣିବାତ୍ୟା ରାସ୍ତାରେ କେରଳ ନଥିବା ଓ ଏହା ପ୍ରଭାବରେ କେବଳ ବର୍ଷାପୂର୍ବାନୁମାନ କରିଛନ୍ତି ଆଇଏମଡି।

ଆଇଏମଡିଙ୍କ ରିପୋର୍ଟରେ କେରଳ ଓ ଲକ୍ଷା ଦ୍ୱୀପ ଲାଗି କେବଳ ବର୍ଷା ସତର୍କତା ଜାରି ହୋଇଛି। ମୁଖ୍ୟମନ୍ତ୍ରୀ ପି.ବିଜୟନ ପ୍ରସଙ୍ଗରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏଥିରେ ରାଜ୍ୟରେ ମେ ୧୪ ଓ ୧୫ ତାରିଖରେ ଭୀଷଣ ଆଶଙ୍କା କରାଯାଇଛି ବୋଲି କହିଛନ୍ତି। ତେବେ ଆରବ ସାଗର ଉପରେ ଏକ ଲଘୁଚାପ କେନ୍ଦ୍ରିଭୂତ ହେଉଥିବାର ଆଇଏମଡି ସୂଚନା ଦେଇଛନ୍ତି।

ଆରବ ସାଗରରେ ଚଳିତ ଋତୁର ଏହା ପ୍ରଥମ ଘୂର୍ଣ୍ଣିବାତ୍ୟା। ତେବେ ଏହା କେଉଁ ରାସ୍ତାରେ ଗତି କରିବ ତାହା ନିର୍ଦ୍ଧିଷ୍ଟ ହୋଇନାହିଁ। ତେବେ ଦାନା ବାନ୍ଧୁଥିବା ଘୂର୍ଣ୍ଣିବଳୟ ଖୁବ୍ ଶୀଘ୍ର ଘୂର୍ଣ୍ଣିବାତ୍ୟାରେ ରୂପାନ୍ତରିତ ହୋଇପାରେ ବୋଲିପୂର୍ବାନୁମାନ କରାଯାଇଛି। ତେବେ କେରଳରେ ମେ ୧୪ରୁ ବର୍ଷା ଆରମ୍ଭ ହୋଇଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀକହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.