ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଦେଶରେ ମଙ୍କିପକ୍ସର ପ୍ରଥମ ସନ୍ଦିଗ୍ଧ ମାମଲା, UAEରୁ କେରଳ ଆସିଥିଲେ ବ୍ୟକ୍ତି

14/07/2022 at 5:05 PM

ନୂଆଦିଲ୍ଲୀ: କେରଳରେ ମଙ୍କିପକ୍ସର ସନ୍ଦିଗ୍ଧ ମାମଲା ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ସ୍ୱାସ୍ଥ୍ୟ ବିଭାଗ ସମ୍ପୃକ୍ତ ବ୍ୟକ୍ତିଙ୍କ ନମୂନା ପରୀକ୍ଷଣ ପାଇଁ ପଠାଇଛି। ବ୍ୟକ୍ତିଙ୍କ ନିକଟରେ ମଙ୍କିପକ୍ସର ଲକ୍ଷଣ ଚିହ୍ନଟ ହୋଇଛି । ଯାଞ୍ଚ ପରେ ରିପୋର୍ଟ ଯଦି ପଜିଟିଭ ଆସେ ତେବେ ଏହା ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ହେବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗୁରୁବାର ସୂଚନା ଦେଇ କହିଥିଲା, ବ୍ୟକ୍ତି ଜଣଙ୍କ ତିନି ଦିନ ପୂର୍ବେ ୟୁଏଇରୁ ଫେରିଥିଲେ । ଏଠାରେ ପହଞ୍ଚିବା ପରେ ହାଠତ ସେ ଅସୁସ୍ଥତା ଅନୁଭବ କରିଥିଲେ । ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତ, ବ୍ୟକ୍ତିଙ୍କ ନମୂନାକୁ ପୁନେ ସ୍ଥିତ ଏନଆଇଭି ପଠାଯାଇଛି । ରିପୋର୍ଟ ଆସିବା ପରେ ଏହା ଉପରେ ସ୍ପଷ୍ଟ ରୂପେ କିଛି କୁହାଯାଇପାରିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ମଙ୍କିପକ୍ସ ପଶୁଙ୍କ ଠାରୁ ମଣିଷକୁ ସଂକ୍ରମିତ କରୁଥିବା ଭାଇରାଲ ରୋଗ । ଏହାର ଲକ୍ଷଣ ସ୍ମଲପକ୍ସ ପରି ଥାଏ । ଡବ୍ଲୁଏଚଓର କହିବା କଥ ଏହି ଭୂତାଣୁରେ ସଂକ୍ରମିତ ବସ୍ତୁ, ପଶୁ ଏବଂ ମଣିଷର ସଂସ୍ପର୍ଶରେ ଆସିଲେ ଏହି ରୋଗରେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ଥାଏ । ଏହାର ଲକ୍ଷଣ ଶରୀରରେ ଦୁଇରୁ ଚାରି ସପ୍ତାହ ଯାଏଁ ରହିପାରେ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ମଙ୍କିପକ୍ସକୁ ନେଇ ପୂର୍ବରୁ ସତର୍କ ଅଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକୁ ପୂର୍ବରୁ ଏଥିପାଇଁ ଗାଇଡଲାଇନ ଜାରି କରିଛି।

ଡବ୍ଲୁଏଚଓ ଅନୁସାରେ ଗତ ଜୁଲାଇ ୭ ସୁଦ୍ଧା ୫୯ଟି ଦେଶରେ ମଙ୍କିପକ୍ସର ୬,୦୨୭ଟି ମାମଲା ଚିହ୍ନଟ ହୋଇସାରିଛି । ଜୁନ ୨୭ରେ ଶେଷ ହୋଇଥିବା ସପ୍ତାହର ଗଣନାଠାରୁ ୨,୬୧୪ ମାମଲା ବୃଦ୍ଧି ପାଇଛି । ଏଥିରେ କୁହାଯାଇଛି ଯେ, ଏଥିରେ ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତେ ଆଫ୍ରିକାର ହୋଇଥିବା କୁହାଯାଇଛି । ଆସନ୍ତା ଜୁଲାଇ ୧୮ରେ ଡବ୍ଲୁଏଚଓର ବିଶେଷଜ୍ଞ କମିଟିର ଏହା ଉପରେ ବୈଠକ ହେବ।

   Related Posts