ମହଙ୍ଗା ପଡିଲା ଦଳୀୟ ଚିହ୍ନ ଥିବା ମାସ୍କ୍ ପିନ୍ଧିବା, ଚାକିରିରୁ ବିଦାହେଲେ ପୋଲିଂ ଅଧିକାରୀ

Published By : Prameya-News7 Bureau | December 09, 2020 IST

ତିରୁବନନ୍ତପୂରମ ୦୯/୧୨ : କେରଳର କୋଲାମ୍ ଜିଲ୍ଲାରେ ସିପିଆଇ(ଏମ୍) ମାସ୍କ ପିନ୍ଧିଥିବା ଅଭିଯୋଗରେ ଜଣେ ପୋଲିଂ ଅଧିକାରୀ ଚାକିରିରୁ ବିଦା ହୋଇଛନ୍ତି । KGV ସ୍କୁଲରେ ଶିକ୍ଷୟିତ୍ରୀ ଥିବା କେ. ସରସ୍ବତୀଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ତାଙ୍କର ଦୋଷ ହେଉଛି ଦଳୀୟ ମାସ୍କ୍ ପିନ୍ଧିବା ।

କେରଳରେ ଲୋକାଲ ବଡି ନିର୍ବାଚନ ଚାଲୁଥିବା ସମୟରେ ଏଭଳି ଘଟଣା ଘଟିଛି । ସଂପୃକ୍ତ ଶିକ୍ଷୟିତ୍ରୀଜଣକ ଡ୍ୟୁଟିରେ ଥିବା ବେଳେ ଗୋଟିଏ ଧଳା ରଙ୍ଗର ମାସ୍କ୍ ପିନ୍ଧିଥିଲେ ଏବଂ ସେଥିରେ ସିପିଆଇ(ଏମ୍) ଦଳର ହାମର ଏବଂ ଷ୍ଟାର ଚିହ୍ନ ଥିଲା । ତେବେ ଏହାକୁ ପ୍ରତିବାଦ କରିବା ସୂରୁପ କିଛି କଂଗ୍ରେସ କର୍ମୀ କୋଲ୍ଲାମ ଜିଲ୍ଲାପାଳଙ୍କଚ ଏବାବଦରେ ଅବଗତ କରିଥିଲେ । ତେବେ ଅଭିଯୋଗ ଆଧାରରେ ଜିଲ୍ଲାପାଳ ତଦନ୍ତ କରିବା ପରେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ଚାକିରିରୁ ବିଦା କରିଛନ୍ତି ।

କେରଳରେ ପ୍ରଥମ ପର୍ଯ୍ୟାୟ ଲୋକାଲ ବଡି ନିର୍ବାଚନ ଶେଷ ହୋଇଛି । ମୋଟ ୭୨.୬୭ ପ୍ରତିଶତ ମତଦାତା ମତଦାନ କରିଛନ୍ତି । କରୋନା ମହାମାରି ଚାଲିଥିଲେ ସୁଦ୍ଧା ମତଦାନ ସର୍ବାଧିକ ହୋଇଥିବା ନିର୍ବାଚନ କମିସନର ଭି ଭାସ୍କରନ୍ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମୋଟ ୨୪ ହଜାର ୫ ଶହ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ପ୍ରାୟ ୫୬ ହଜାର କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବରେ ନିୟୋଜିତ କରାଯାଇଛି । ତେବେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧୦ରେ ଏବଂ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧୪ରେ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.