Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ପ୍ରଥମେ SFI କର୍ମୀ ନ୍ୟୁଜ୍ ଚ୍ୟାନେଲରେ କଲେ ହଙ୍ଗାମା, ଏବେ କେରଳ ପୋଲିସ କଲା ରେଡ୍, କେନ୍ଦ୍ରମନ୍ତ୍ରୀ କଲେ ଟାର୍ଗେଟ୍

5/03/2023 at 5:46 PM

ନୂଆଦିଲ୍ଲୀ: କେରଳ ପୋଲିସ କୋଝିକୋଡ ସ୍ଥିତ ଏସିଆନେଟ୍ ନ୍ୟୁଜ୍ ଚ୍ୟାନେଲର ଅଫିସରେ ରେଡ୍ କରିଛି । ଗୋଟିଏ ଦିନ ପୂର୍ବେ ଷ୍ଟୁଡେଣ୍ଟ ଫେଡରେସନ ଅଫ୍ ଇଣ୍ଡିଆ (ଏସଏଫଆଇ)ର କର୍ମୀ ଏହି ଅଫିସରରେ ଜୋର କରି ପଶି ହଙ୍ଗାମା କରିଥିଲେ । ଏସଏଫଆଇ ହେଉଛି ବାମ ଦଳର ଛାତ୍ର ସଂଗଠନ । କେରଳରେ ଏବେ ବାମ ଦଳର ସରକାର ଅଛି । ଏସଏଫଆଇ କର୍ମୀଙ୍କ ଅଭିଯୋଗ ଥିଲା ଯେ ଚ୍ୟାନେଲ ଏକ ସ୍କୁଲରେ ଛତ୍ରୀଙ୍କ ସହ ଯୌନ ନିର୍ଯାତନାକୁ ନେଇ ଭୁଲ ରିପୋର୍ଟ ଦେଖାଇଥିଲା ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ଟାର୍ଗେଟ୍ କରି ତାଙ୍କ ଉପରେ ଦୁର୍ନୀତିର ସଂଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ନିଜ ସଂଗଠନର ଗୁଣ୍ଡା ପଠାଇ ମିଡିଆକୁ ହଇରାଣ କରିବେ ଏବଂ ଲୋକଙ୍କୁ ଧ୍ୟାନ ହଟାଇ ନେବେ । ତାଙ୍କ ଶାସନରେ ପୋଲିସ ଜୋକୋର ହୋଇ ରହିଯାଇଛି । ଏହାରି ଭିତରେ ପ୍ରେସ କ୍ଲବ ଅଫ୍ ଇଣ୍ଡିଆନ ୱିମନ ପ୍ରେସ କପ୍ସ, ଦିଲ୍ଲୀ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ଏବଂ କେରଳ ୟୁନିୟନ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟ ମିଡିଆ ଅଫିସ ଉପରେ ଆକ୍ରମଣର ନିନ୍ଦା କରିଛନ୍ତି ।

ସଂଗଠନ ଗୁଡିକ ଏହାକୁ ମିଡିଆର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଛନ୍ତି । ଦେଶରେ ଗଣାମଧ୍ୟମ ସଂସ୍ଥା ଏବଂ ସାମ୍ୱାଦିକଙ୍କ ଉପରେ ବଢୁଥିବା ଆକ୍ରମଣକୁ ଚିନ୍ତାର ବିଷୟ ବୋଲି କହିଛନ୍ତି । ସରକାର ଏହା ଉପରେ ବିଚାର କରିବା ଦରକାର ଏବଂ ପ୍ରେସ୍ ଫ୍ରିଡମକୁ ରକ୍ଷା କରିବା ଦରକାର ।

ଅନ୍ୟପଟେ ଖବର ଅନୁସାରେ ନ୍ୟୁଜ୍ ଚ୍ୟାନେଲ ବିରୋଧରେ ଫେକ୍ ନ୍ୟୁଜ୍ ପ୍ରସାରଣକୁ ନେଇ ମାମଲା ରୁଜୁ କରାଯାଇଛି । ନ୍ୟୁଜ୍ ଚ୍ୟାନେଲ୍ ଗୋଟିଏ ସ୍କୁଲରେ ୧୦ରୁ ଅଧିକ ଛାତ୍ରୀଙ୍କ ସହ ଯୌନ ଶୋଷଣ ଖବର ପ୍ରସାରଣ କରିଥିଲା । ନ୍ୟୁଜ୍ ଚ୍ୟାନେଲ ମିଛ ଖବର ପ୍ରସାରଣ କରିଥିବା ଅଭିଯୋଗରେ ଏସଏଫଆଇ କର୍ମୀ ଅଫିସରେ ହଙ୍ଗାମା କରିଥିଲେ ।   

   Related Posts