ସମ୍ବିଧାନ ବିରୋଧୀ ବୟାନ ଦେଇଥିବା କେରଳ ମନ୍ତ୍ରୀ ଦେଲେ ଇସ୍ତଫା, ଜାଣନ୍ତୁ କ'ଣ କହିଥିଲେ

Published By : Prameya-News7 Bureau | July 06, 2022 IST

ତିରୁଅନନ୍ତପୁରମ: ନିଜ ପଦରୁ ଇସ୍ତଫା ଦେଲେ ସମ୍ବିଧାନ ବିରୋଧୀ ବୟାନ ଦେଇଥିବା କେରଳ ମନ୍ତ୍ରୀ ସାଜି ଚେରିୟନ। ତାଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିଲା। ବିରୋଧୀ ତାଙ୍କ ଇସ୍ତଫା ଦାବିରେ ରାଜ୍ୟ ସରକାରଙ୍କୁ ଘେରିଥିଲେ। ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଚେରିୟନ କହିଛନ୍ତି, ମୁଁ ଇସ୍ତଫା ଦେଇ ଦେଇଛି ଏବଂ ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି। ମୁଁ କେବେ ବି ସମ୍ବିଧାନକୁ ବଦନାମ କରି ନାହିଁ।

ସୂଚନାଯୋଗ୍ୟ, ଚେରିୟନ ଦକ୍ଷିଣ ଜିଲ୍ଲା ମଲ୍ଲାପଲ୍ଲୀରେ ନିକଟରେ ଆୟୋଜିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ, ଆମେ ସମସ୍ତେ କୁହନ୍ତି ଯେ ଆମ ପାଖରେ ସବୁଠୁ ଭଲ ସମ୍ବିଧାନ ରହିଛି। ମାତ୍ର ମୁଁ କହୁଛି ଯେ, ସମ୍ବିଧାନ ଏହି ପରି ଲେଖା ହୋଇଛି, ଯାହାକୁ ବ୍ୟବହାର କରି ଦେଶବାସୀଙ୍କୁ ଲୁଟାଯାଇ ପାରିବ।

ମନ୍ତ୍ରୀ ଚେରିୟନ ଅଭିଯୋଗ କରିଛନ୍ତି, ସମ୍ବିଧାନର ସଙ୍କଳନ ବ୍ରିଟିଶ ସରକାରଙ୍କ ଦ୍ଵାରା କରାଯାଇଥିଲା। ଆଉ ଭାରତ ସେହି ରୂପର ସମ୍ବିଧାନକୁ ଲେଖି ଦେଲେ। ଗତ ୭୫ ବର୍ଷ ଧରି ଦେଶ ସେହି ସମ୍ବିଧାନକୁ ଧରି ଚାଲୁଛି। କିନ୍ତୁ ପରେ ସେ ନିଜ ବୟାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ବୟାନକୁ ଅତିରଞ୍ଜିତ କରି ଖବର ପ୍ରସାରଣ କରାଯାଇଥିବା ସେ କହିଛନ୍ତି। ସମ୍ବିଧାନ ଉପରେ ତାଙ୍କର ପୂର୍ଣ୍ଣ ବିଶ୍ଵାସ ଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.