ପ୍ରୋଟୋକଲ୍ ଭାଙ୍ଗି ମଲ୍ ଓ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଓମିକ୍ରନ୍ ସଂକ୍ରମିତ ଯୁବକ, ଲମ୍ୱା କଣ୍ଟାକ୍ଟ ତାଲିକା ପ୍ରସ୍ତୁତ କରୁଛି ପ୍ରଶାସନ

Published By : Prameya-News7 Bureau | December 17, 2021 IST

ନୂଆଦିଲ୍ଲୀ ୧୭/୧୨: ସାରା ଦେଶରେ କରୋନା ଭୂତାଣୁର ନୂଆ ମ୍ୟୁଟାଣ୍ଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ଦେଶର ଅନେକ ରାଜ୍ୟରେ ଏହି ପ୍ରକାରରେ ସଂକ୍ରମିତ ହୋଇଥିବା ଲୋକ ଥିବା ଜଣାପଡିଛି । ବିଶେଷଜ୍ଞମାନେ କ୍ରମାଗତ ଭାବରେ ପରାମର୍ଶ ଦେଉଛନ୍ତି ଯେ ଭୂତାଣୁର ଏହି ପ୍ରକାରକୁ ଏଡାଇବା ପାଇଁ କରୋନା ସହ ଜଡିତ ସମସ୍ତ ପ୍ରୋଟକଲଗୁଡିକୁ କଡାକଡି ଭାବେ ପାଳନ କରିବା ଉଚିତ୍ ।

କିନ୍ତୁ କେରଳରେ ଏହି ପ୍ରୋଟୋକଲ ନିୟମ ଭଙ୍ଗ କରୁଥିବା ଦେଖିବାକୁ ମିଳିଛି । ଏର୍ଣ୍ଣାକୁଲମରେ, ଓମିକ୍ରନର ଜଣେ ସକରାତ୍ମକ ବ୍ୟକ୍ତି ପ୍ରୋଟକଲ ଭାଙ୍ଗି ସପିଂ ମଲ୍ ଏବଂ ରେଷ୍ଟୁରାଣ୍ଟ ବୁଲିଛନ୍ତି । ଖବର ସାମ୍ନାକୁ ଆସିବା ପରେ ପ୍ରଶାସନ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି । ବର୍ତ୍ତମାନ ପ୍ରଶାସନ ଏହି ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଏକ ଲମ୍ବା ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛି ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ଯେ ବର୍ତ୍ତମାନ ବିଭାଗ ଯୁବକଙ୍କ ରୁଟ୍ ମ୍ୟାଟ୍ ପ୍ରକାଶ କରିବା ସହ ତାଙ୍କ ସହ କଣ୍ଟାକ୍ଟରେ ଆସିଥିବା ଲୋକଙ୍କୁ ଯଥାଶୀଘ୍ର ଯୋଗାଯୋଗ କରାଯିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ସେ କହିଛନ୍ତି ଯେ ଓମିକ୍ରନ୍ ପ୍ରକାରରେ ସଂକ୍ରମିତ ହେଲେ ଆବଶ୍ୟକ ପ୍ରୋଟୋକଲଗୁଡ଼ିକୁ କଡାକଡି ପାଳନ କରିବା ଅତ୍ୟନ୍ତ ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.