Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ପାରାଗ୍ଲାଇଡିଂ ସମୟରେ ଅଘଟଣ, ହାଇ ମାଷ୍ଟ ଖୁଣ୍ଟରେ ଫସିଲେ ପର୍ଯ୍ୟଟକ, ହସ୍ପିଟାଲରେ ଭର୍ତ୍ତି; ଦେଖନ୍ତୁ ଭିଡିଓ

7/03/2023 at 8:53 PM

ନୂଆଦିଲ୍ଲୀ: କେରଳରେ ମଙ୍ଗଳବାର ପାରାଗ୍ଲାଇଡିଂ ସମୟରେ ଏକ ଦୁର୍ଘଟଣା ଘଟିଛି । ଜଣେ ମହିଳା ଏବଂ ଜଣେ ବ୍ୟକ୍ତି ହାଇ ମାଷ୍ଟ ଲାଇଟ୍ ପୋଲରେ ଫସି ଯାଇଥିଲେ । ଏହି ଅଘଟଣ ତିରୁଅନନ୍ତପୁରମର ବର୍କାଲରେ ହୋଇଛି । ଦୁଇ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦୁଇ ପର୍ଯ୍ୟଟକ ତିରୁଅନନ୍ତପୁରମର ବର୍କଲାରେ ପାପନାଶମ ବିଚ୍‌ରେ ପାରାଗ୍ଲାଇଡିଂ କରୁଥିଲେ । ଏହାପରେ ତାଙ୍କ ପାରାଚ୍ୟୁଟ୍ ଗୋଟିଏ ଖୁଣ୍ଟରେ ଫିସ ଯାଇଥିଲା । ଭିଡିଓରେ ଦେଖିବାକୁ ମିଳୁଛି ଯେ ବିଜୁଳି ଖୁଣ୍ଟ ଉପରେ ହାଇ-ଭୋଲ୍ଟେଜ୍ ଲାଇଟ୍ ଲାଗିଛି ଏବଂ ଦୁଇ ପାରାଗ୍ଲାଇଡର ପ୍ରାୟ ୫୦ ଫୁଟରୁ ଅଧିକ ଉଚ୍ଚରେ ଝୁଲି ରହିଛନ୍ତି ।

ଖବର ଅନୁସାରେ ଦୁଇ ଜଣଙ୍କୁ ଉଦ୍ଧାର କରାଯିବା ପୂର୍ବରୁ ପ୍ରାୟ ଦୁଇ ଘଣ୍ଟା ଧରି ସେମାନେ ସେଠାରେ ଝୁଲି ରହିଥିଲେ । ଅଗ୍ନିଶମ ବିଭାଗ ନିକଟରେ ମଧ୍ୟ ଏତେ ଲମ୍ୱା ଶିଢି ନଥିଲା, ଯେଉଁଥି ପାଇଁ ଉଦ୍ଧାର କାର୍ଯ୍ୟରେ ବିଳମ୍ୱ ହୋଇଥିଲା । ସୁରକ୍ଷା ଦୃଷ୍ଟିରୁ ପୋଲିସ ଲାଇଟ୍ ଖୁଣ୍ଟ ତଳେ ଗଦି ଏବଂ ଜାଲ ପକାଇ ରଖିଥିଲା ।

ପୋଲିସ ଅଧିକାରୀ କହିଛନ୍ତି ଯେ ଖମ୍ଭରେ ଫସି ରହିଥିବା ୨୮ ବର୍ଷୀୟ ମହିଳା ଏବଂ ତାଙ୍କର ପାରାଗ୍ଲାଇଡିଂ ପ୍ରଶିକ୍ଷକଙ୍କୁ ଉଦ୍ଧାର କରାଯାଇଛି । ଏହାସହ ଉଭୟଙ୍କୁ ବର୍କଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁହେଁ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ।   

   Related Posts