କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଉଠିଲା ସପ୍ତାହାନ୍ତ ଲକ୍‌ଡାଉନ, ରାତି ୯ ଯାଏଁ ଦୋକାନ-ବଜାର ଖୋଲା

Published By : Prameya-News7 Bureau | August 04, 2021 IST

ଥିରୁଅନନ୍ତପୁରମ୍‌ ୪/୦୮: କେରଳରେ ଏବେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦେଶରେ ଏବେ ଏକମାତ୍ର ରାଜ୍ୟ କେରଳ ଯେଉଁଠୁ ଦୈନିକ ସବୁଠୁ ଅଧିକ କରୋନା ସଂକ୍ରମିତ ମିଳୁଛନ୍ତି । ଏହା ସତ୍ବେ ସରକାର ରାଜ୍ୟରୁ ସପ୍ତାହାନ୍ତ ଲକ୍‌ଡାଉଡ଼୍‌ ହଟାଇବାକୁ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ବିୀଣା ଜର୍ଜ ବୁଧବାର ବିଧାନସଭାରେ କହିଛନ୍ତି, ଟେଷ୍ଟ ପଜିଟିଭିଟି ରେଟ୍‌କୁ ବର୍ଗିକରଣ କରିବା ପାଇଁ ରାଜ୍ୟସରକାରଙ୍କୁ ଅତିରିକ୍ତ ମାନଦଣ୍ଡ ଧାର୍ଯ୍ୟ କରିବାକୁ ପ୍ରସ୍ତାବ ମିଳିଥିଲା। ସରକାର ଟ୍ରିପଲ୍‌ ଲକ୍‌ଡାଉନ୍‌ ଲଗାଇବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ‘ପ୍ରତି ୧୦୦୦ ଲୋକସଂଖ୍ୟା ଉପରେ କରୋନା ମାମଲାକୁ ଆଧାର କରି କ୍ଷେତ୍ର ବିଭାଜନ କରିବା ଜରୁରୀ।’ ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିନାରାୟୀ ବିଜୟନ୍‌ ଏକ ଉଚ୍ଚସ୍ତରୀୟ ବୈଠକ ଡାକି କରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ବୈଠକରେ ସଦସ୍ୟମାନେ କିଛି କଟକଣା ସହ ଦୋକାନ-ବାଜର ରାତି ୯ ଯାଏ ଖୋଲିବାକୁ ଅନୁମତି ପାଇଁ ସୁପାରିଶ କରିଥିଲେ। ଏହା ପରେ ସରକାର ରାତି ୯ ଯାଏ ଦୋକାନ ବଜାର ଖୋଲିବାକୁ ନି​‌ଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଏଣିକି କେରଳରେ ସପ୍ତାହରେ ୬ ଦିଦ ଦୋକାନ ରାତି ୯ ଯାଏ ଖୋଲାରହିବ। ଯଦି କୌଣସି ଅଞ୍ଚଳରେ ୧୦୦୦ ଲୋକଙ୍କ ମଧ୍ୟରେ ୧୦ ଜଣ ସଂକ୍ରମିତ ଚିହ୍ନଟ ହେବେ ତେବେ ସେଠାରେ ଟ୍ରିପ୍‌ଲ ଲକ୍‌ଡାଉନ ଲାଗିବ । ୧୫ ଅଗଷ୍ଟ ଏବଂ ୨୨ ଅଗଷ୍ଟ ରବିବାର ପଡ଼ୁଥିଲେ ସୁଦ୍ଧା ଏହି ଦିନ ଲକଡାଉନ୍‌ ଲାଗୁ ହେବ ନାହିଁ। ବିବାହ, ଅନ୍ତିମ ସଂସ୍କାରରେ କେବଳ ୨୦ ଜଣଙ୍କୁ ସାମିଲ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.