Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କାବୁଲ ବିସ୍ଫୋରଣରେ ସାମିଲ କେରଳର ୧୪ ବ୍ୟକ୍ତି ! ୨୦୧୪ରେ ଭାରତ ଛାଡି ପଳାଇଥିଲେ ଆଫଗାନିସ୍ତାନ

28/08/2021 at 12:45 PM

ନୂଆଦିଲ୍ଲୀ,୨୮/୦୮: କାବୁଲ ବିସ୍ଫୋରଣ ପଛରେ ଆଇଏସଆଇଏସର ହାତ ଥିବା ସ୍ପଷ୍ଟ ହୋଇଛି । ଆଇଏସର ଖୁରାସନ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଆମେରିକା ମଧ୍ୟ ଏୟାରଷ୍ଟ୍ରାଇକ୍ କରି ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ନିପାତ କରିଛି । ତେବେ ଆଇଏସ ଖୁରାସନ ବା ଆଇଏସକେପିରେ କେରଳର ୧୪ ଜଣ ସାମିଲ ଅଛନ୍ତି । ସେମାନେ କାବୁଲ ବିସ୍ଫୋରଣରେ ସାମିଲ ଥିବା ସୂଚନା ମିଳିଛି । ଏହି ସମସ୍ତଙ୍କୁ ତାଲିବାନ କଗରାମ ଜେଲରୁ ମୁକ୍ତ କରିଥିଲା । ଏହା ବ୍ୟତୀତ ତୁର୍କମେନିସ୍ତାନର ଦୁତାବାସ ଉପରେ ଆକ୍ରମଣ ଷଡଯନ୍ତ୍ର ରଚୁଥିବା ୨ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କେରଳର ୧୪ ଜଣ ଆଇଏସକେପିର ସଦସ୍ୟ ଅଟନ୍ତି । ଏହି ୧୪ଜଣଙ୍କ ମଧ୍ୟରୁ ଜଣେ ନିଜ ପରିବାର ସହ ନିୟମିତ ସମ୍ପର୍କ ରଖିଥାଏ । ଅନ୍ୟ ୧୩ଜଣଙ୍କର କୌଣସି ପତ୍ତା ନଥିଲା । ଏମାନେ ୨୦୧୪ରେ ଭାରତ ଛାଡି ଆଇଏସରେ ମିଶିଥିଲେ । ଆଫଗାନିସ୍ତାନର ନଙ୍ଗରହାର ପ୍ରାନ୍ତ ଏମାନଙ୍କ ନୂଆ ଠିକଣା ପାଲଟିଥିଲା ।

ରିପୋର୍ଟ ଅନୁସାରେ, ତାଲିବାନ ଓ ଆତଙ୍କବାଦୀ ସଙ୍ଗଠନ ୧୪ କଠୋରପନ୍ଥୀ କେରଳବାସୀଙ୍କୁ ବ୍ୟବହାର କରି ଭାରତର ଛବି ଖରାପ କରିବାକୁ ଚେଷ୍ଟା କରିପାରନ୍ତି । କାରଣ ତାଲିବାନ ବିସ୍ଫୋରଣ ପ୍ରସଙ୍ଗରେ ଏବେସୁଦ୍ଧା ନୀରବ ରହିଛି । ଅନ୍ୟଦିଗରେ ଗିରଫ ପାକିସ୍ତାନୀଙ୍କ ନିକଟରୁ ଆଇଇଡି ଜବତ କରାଯାଇଛି । ସେମାନେ ବିସ୍ଫୋରଣ କରିବା ପୂର୍ବରୁ ଧରା ପଡିଯାଇଛନ୍ତି ।

ଅନ୍ୟ ଏକ ରିପୋର୍ଟ ଅନୁସାରେ, କାହୁଲ ହକ୍କାନୀ ନେଟଓ୍ୱର୍କର ନିୟନ୍ତ୍ରଣରେ ରହିଛି । ସେହିପରି ପାକିସ୍ତାନ ସୀମାରେ ଲାଗିଥିବା ନଙ୍ଗରହାରରେ ପସ୍ତୁନ କବିଲେର ପ୍ରଭାବ ରହିଛି । ଜଲାଲବାଦ-କାବୁଲରେ ମଧ୍ୟ କବିଲେ ସଙ୍ଗଠନର ପ୍ରଭାବ କିଛି କମ ନୁହେଁ । ଆଇଏସକେପି ପୂର୍ବରୁ ନଙ୍ଗରହାରରେ ହକ୍କାନୀ ସହ କାମ କରିଥିବା ପ୍ରମାଣ ରହିଛି ।

   Related Posts