ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଶ୍ରମିକଙ୍କୁ ମଜୁରୀ ଦେବାରେ ପଛରେ ଗୁଜରାଟ, କେରଳ ଦେଉଛି ସବୁଠୁ ଅଧିକ, ଆାରବିଆଇର ରିପୋର୍ଟ

23/11/2022 at 6:54 PM

ନୂଆଦିଲ୍ଲୀ, ୨୩/୧୧: ଭାରତରେ ପ୍ରତି ୧୨ ମିନିଟ୍‌ରେ ଜଣେ ଦିନ ମଜୁରିଆ ଆତ୍ମହତ୍ୟା କରୁଛନ୍ତି। ଆରବିଆଇର ନୂଆ ରିପୋର୍ଟ ଶ୍ରମିକଙ୍କ ଦୈନିକ ମଜୁରୀ ସମ୍ବନ୍ଧରେ ଅନେକ ଖୁଲାସା ହୋଇଛି। ୨୦୨୧-୨୨ ର ତଥ୍ୟ ଅନୁଯାୟୀ ଶ୍ରମିକଙ୍କୁ ଦୈନିକ ମଜୁରୀ ଦେବାରେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟ ସବୁଠୁ ପଛରେ, ଯେତେବେଳେକି କେରଳ ଏଭଳି ଏକ ରାଜ୍ୟ ଯାହା ଶ୍ରମିକଙ୍କୁ ଦୈନିକ ମଜୁରୀ ସବୁଠୁ ଅଧିକ ଦେଉଛି।

ଆରବିଆଇ ଅନୁଯାୟୀ, ୨୦୨୧-୨୨ ରେ ଚାଷକାମରେ ନିୟୋଜିତ ଶ୍ରମିକଙ୍କ ଦୈନିକ ମଜୁରୀ ହାରାହାରି ୩୨୩.୩ ଟଙ୍କା ଥିଲା। ମଧ୍ୟ ପ୍ରଦେଶର ଗ୍ରାମୀଣ ଅଞ୍ଚଳରେ ଚାଷକାମରେ ନିୟୋଜିତ ଶ୍ରମିକଙ୍କ ଦୈନିକ ମଜୁରୀ ୨୧୭.୮ ଟଙ୍କା ଥିଲା, ଗୁଜରାଟରେ ଏହା ୨୨୦.୩ ଟଙ୍କା। ଅନ୍ୟପଟେ କେରଳରେ ଗ୍ରାମୀଣ କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କୁ ୭୨୬.୮ ଟଙ୍କାର ଦୈନିକ ମଜୁରୀ ମିଳିଛି। ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାରେ ୨୬୯.୫ ଟଙ୍କା, ତ୍ରିପୁରାରେ ୨୭୦ ଟଙ୍କା, ମହାରାଷ୍ଟ୍ରରେ ୨୮୪.୨ ଟଙ୍କା ଏବଂ ୟୁପିରେ ୨୮୮.୦ ଟଙ୍କା ଦୈନିକ ମଜୁରୀ ରହିଥିଲା।

କେରଳ ପରେ ସବୁଠୁ ଅଧିକ ଦୈନିକ ମଜୁରୀ ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ତାମିଲନାଡୁ ଦେଇଥିଲେ। ଜମ୍ମୁ-କାଶ୍ମୀରର ଗ୍ରାମୀଣ କ୍ଷେତ୍ରରେ ଶ୍ରମିକଙ୍କୁ ୫୨୪.୬ ଟଙ୍କା, ହିମାଚଳରେ ୪୫୭.୬ ଟଙ୍କା ଏବଂ ତାମିଲନାଡୁରେ ୪୪୫.୬ ଟଙ୍କା ଦୈନିକ ମଜୁରୀ ମିଳିଛି।

ଗ୍ରାମୀଣ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ପୁରୁଷ ଶ୍ରମିକଙ୍କୁ ୨୦୨୧-୨୨ ରେ ହାରାହାରି ୩୭୩.୩ ଟଙ୍କା ଦୈନିକ ମଜୁରୀ ମିଳିଛି। ଏଥିରେ ମଧ୍ୟ କେରଳ ସବୁଠୁ ଆଗରେ ରହିଛି ଏବଂ ଏହା ପଛକୁ ମଧ୍ୟ-ପ୍ରଦେଶ, ଗୁଜରାଟ ରହିଛନ୍ତି। କେରଳରେ ନିର୍ମାଣ ଶ୍ରମିକଙ୍କୁ ୮୩୭.୭ ଟଙ୍କା ମିଳିଛି। ଯେତେବେଳେକି ମଧ୍ୟପ୍ରଦେଶରେ ୨୬୬.୭ ଟଙ୍କା ଏବଂ ଗୁଜରାଟରେ ୨୯୫.୯ ଟଙ୍କା ଦୈନିକ ମଜୁରୀ ମିଳିଥିଲା। ସେହିପରି ଉଦ୍ୟାନ କ୍ଷେତ୍ରରେ ନିୟୋଜିତ ଶ୍ରମିକ, ଅଣକୃଷି ଶ୍ରମିକଙ୍କୁ ମଧ୍ୟ କମ୍ ମଜୁରୀ ମିଳଛି।

ସେହିପରି ମନରେଗା ଅନ୍ତର୍ଗତ କାମ କରୁଥିବା ଶ୍ରମିକଙ୍କୁ  ସବୁଠୁ ଅଧିକ ଦୈନିକ ମଜୁରୀ ହରିୟାଣାରେ ମିଳିଛି। ଯେଉଁଠାରେ ଶ୍ରମିକଙ୍କୁ ପ୍ରତିଦିନ ୩୩୧ ଟଙ୍କା ଦୈନିକ ମଜୁରୀ ଦିଆଯାଉଛି। ଏହାପରେ ଗୋଆରେ ୩୧୫ ଟଙ୍କା ଦୈନିକ ମଜୁରୀ ମିଳୁଛି। କେରଳ ତୃତୀୟ ସ୍ଥାନରେ ରହିଛି ଯେଉଁଠାରେ ଦୈନକ ମଜୁରୀ ୩୧୧ ଟଙ୍କା ରହିଛି।

ତେବେ ଏନସିଆରବି ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତି ୧୨ ମିନିଟ୍‌ରେ ଜଣେ ଦିନ ମଜୁରିଆ ଆତ୍ମହତ୍ୟା କରୁଛନ୍ତି। ରିପୋର୍ଟ ଅନୁଯାୟୀ ଗତ ବର୍ଷ ଦେଶରେ ଆତ୍ମହତ୍ୟା କରୁଥିବା ୪୨,୦୦୪ ଦିନ ମଜୁରିଆ ଥିଲେ। ଏଥିରେ ୪,୨୪୬ ମହିଳା ଥିଲେ। ଏହି ହିସାବରେ ଗତ ବର୍ଷ ପ୍ରତିଦିନ ହାରାହାରି ୧୧୫ ଏବଂ ପ୍ରତି ଘଣ୍ଟାରେ ୫ ଦିନ ମଜୁରିଆ ଆତ୍ମହତ୍ୟା କରିଛନ୍ତି।

ପ୍ରତିବର୍ଷ ଆତ୍ମହତ୍ୟା କରୁଥିବା ପ୍ରତି ଚତୁର୍ଥ ବ୍ୟକ୍ତି ଦିନ ମଜୁରିଆ। ୨୦୨୧ ରେ ୧.୬୪ ଲକ୍ଷ ଲୋକ ଆତ୍ମହତ୍ୟା କରିଛନ୍ତି ଏବଂ ଏଥିରେ ୨୫ %ରୁ ଅଧିକ ଦିନ ମଜୁରିଆ ଥିଲେ। ୨୦୨୦ ରେ ମଧ୍ୟ ଆତ୍ମହତ୍ୟା କରିଥିବା ୧.୫୩ ଲକ୍ଷ ଲୋକଙ୍କ ମଧ୍ୟରେ ୨୫ ପ୍ରତିଶତ ଦିନ ମଜୁରିଆ ଥିଲେ। ଏହିଭଳି ୨୦୧୯ ରେ ଆତ୍ମହତ୍ୟା କରିଥିବା ୧.୩୯ ଲକ୍ଷ ଲୋକଙ୍କ ମଧ୍ୟରେ ୨୪ ପ୍ରତିଶତ ଦିନ ମଜୁରିଆ ରହିଥିଲେ।

   Related Posts