ରାଜନୀତିରେ ଦଳବଦଳକୁ ନେଇ କେରଳ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ, ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | November 16, 2023 IST

କୋଚ୍ଚି ୧୬।୧୧: ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀରେ କେରଳ ଉଚ୍ଚନ୍ୟାୟାଳୟ ଦେଶରେ ଦଳବଦଳ ବିରୋଧୀ ଆଇନ ସତ୍ତ୍ୱେ ରାଜନୈତିକ ଦଳବଦଳକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବେଚୁ କୁରିୟନ ଥୋମାସ କହିଛନ୍ତି ଯେ  ବର୍ତ୍ତମାନର ଦଳବଦଳ ବିରୋଧୀ ଆଇନରେ ଏପରି ପ୍ରଥା ଉପରେ ଅଙ୍କୁଶ ଲଗାଇବାରେ ପ୍ରଭାବହୀନ ଦେଖାଯାଉଛି। ଏଣୁ ଦଳବଦଳ କରୁଥିବା ରାଜନୈତିକ ନେତାଙ୍କ ବିରୋଧରେ ଆର୍ଥିକ ଦଣ୍ଡ ଲାଗୁ କରିବା ପାଇଁ ନୂଆ ଆଇନ କରାଯିବା ଦରକାର ବୋଲି କହିଛନ୍ତି।

କୋର୍ଟ କହିଛନ୍ତି ଯେ ରାଜନୈତିକ ଦଳ ବଦଳ କେବଳ ସେହି ପାର୍ଟିକୁ ଦୁର୍ବଳ କରେନି ଯେଉଁ ପାର୍ଟି ଟିକେଟ୍‌ରେ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ, ବରଂ ସେହି ଲୋକଙ୍କ ଇଚ୍ଛା ପ୍ରତି ମଧ୍ୟ ବିଶ୍ୱାସଘାତ ଯେଉଁମାନେ ତାଙ୍କୁ ପାର୍ଟି ଉପରେ ଭରସା କରି ଭୋଟ ଦେଇଥିଲେ। କୋର୍ଟ କହିଛନ୍ତି ଯେ ନିର୍ବାଚନ ପରେ ନିଷ୍ଠା ବଦଳାଇଲେ ଏବେର ଆଇନ ନିଷ୍କ୍ରିୟ ହୋଇଯାଉଛି। ତେବେ ଏପ୍ରକାର କାର୍ଯ୍ୟ ଗଣତନ୍ତ୍ର ନିମନ୍ତେ ମଧ୍ୟ ବିପଦ ସୃଷ୍ଟି କରୁଛି ବୋଲି ହାଇକୋର୍ଟ ସତର୍କ କରିଛନ୍ତି।

ଦଳବଦଳ କରୁଥିବା ରାଜନେତାଙ୍କ ନିମନ୍ତେ ଅଯୋଗ୍ୟତା ପ୍ରାବଧାନକୁ ସ୍ୱୀକାର କରି କୋର୍ଟ କହିଛନ୍ତି ଯେ ସେମାନଙ୍କୁ ଅଯୋଗ୍ୟତା ପରେ ଅନ୍ୟ କୌଣସି ପ୍ରକାରର ଗୁରୁତ୍ୱପୂର୍ଣ୍ଣ ପରିଣାମ ଭୋଗ କରିବାକୁ ପଡୁ ନାହିଁ। ଏହା ଛଡା ରିକ୍ତ ଆସନ ପୂରଣ କରିବା ପାଇଁ ଉପନିର୍ବାଚନ କରାଯିବା ଦ୍ୱାରା ରାଜକୋଷ ଉପରେ ଆର୍ଥିକ ବୋଝ ପଡୁଛି। ଏଣୁ ହାଇକୋର୍ଟ ତାଙ୍କ ପରାମର୍ଶରେ ବିଧାୟିକା ଦଳବଦଳ ଆଇନରେ ଆର୍ଥିକ ଦଣ଼୍ଡାଦେଶର ମଧ୍ୟ ବିଚାର କରୁ ବୋଲି କହିଛନ୍ତି। ନ୍ୟାୟାଳୟ କହିଛନ୍ତି ଯେ ଏବେ ଦଳବଦଳ କାର୍ଯ୍ୟନିମନ୍ତେ କଡ଼ା ଆର୍ଥିକ ଦଣ୍ଡ ଉପରେ ବିଚାର କରିବାର ସମୟ ଆସିଛି।

କୋର୍ଟ ତର୍କ ଦେଇଛନ୍ତି ଯେ ଦଳବଦଳ କରୁଥିବା ନେତାଙ୍କୁ  ଆର୍ଥିକ ପରିଣାମ ବିନା, ଦଳବଦଳ ବିରୋଧୀ ଆଇନର ପ୍ରଭାବ ସହ ବୁଝାମଣା କରାଯାଉଛି, ଏଣୁ ଏପରି କାର୍ଯ୍ୟ ଜାରି ରହିବ। ଏଥିରେ କୋର୍ଟ ଆଶାବ୍ୟକ୍ତ କରିଛନ୍ତି ଯେ ବିଧାୟିକା ଏହି ପ୍ରସଙ୍ଗକୁ ଅଧିକ ପ୍ରଭାବୀ ଢଙ୍ଗରେ ସମ୍ବୋଧିତ କରିବା ପାଇଁ କଡା ଆର୍ଥିକ ଦଣ୍ଡକୁ ସାମିଲ କରିବା ପାଇଁ ଗୁରୁତର ସହ ବିଚାର କରିବେ। କୋର୍ଟଙ୍କ ଏହି ଟିପ୍ପଣୀ କେରଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଏକ ଆଦେଶକୁ ଚ୍ୟାଲେଞ୍ଜ କରି ଆଗତ କରାଯାଇଥିବା ଦୁଇଟି ନିବେଦନର ଶୁଣାଣି କାଳରେ ଆସିଛି। ଆୟୋଗ ଥୋଡୁପୁଝା ନଗରନିଗମ ସଦସ୍ୟ ମାଥ୍ୟୁ ଜୋସେଫଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଅସ୍ୱୀକାର କରିଦେଇଥିଲେ। ଜୋସେଫ ୨୦୨୦ରେ ନିର୍ବାଚିତ ହେବା ପରେ ଦଳ ବଦଳାଇ ଦେଇଥିଲେ।  

ସୁବ୍ରତ ରୟଙ୍କ ପରଲୋକ ପରେ ସାହାରା ମାମଲା କ’ଣ ହେବ ? SEBI ଅଧ୍ୟକ୍ଷ କଲେ ସ୍ପଷ୍ଟ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.