ପ୍ରମାଣ କରିଦେଲେ ମୁଁ ଇସ୍ତଫା ଦେବି, ଯଦି ତୁମ ଅଭିଯୋଗ ଭୁଲ୍ ହେଲା ତେବେ ଇସ୍ତଫା ଦେବ ତ ? କେରଳ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚ୍ୟାଲେଞ୍ଜ୍

Published By : Prameya-News7 Bureau | November 03, 2022 IST

ଥିରୁଭନନ୍ତପୁରମ: ରାଜନୈତିକ ମାମଲାରେ ମୋର ହସ୍ତକ୍ଷେପ ନେଇ ଯଦି ଗୋଟିଏ ପ୍ରମାଣ ଦେବେ ତେବେ ମୁଁ ଇସ୍ତଫା ଦେବି। ଆଜି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କୁ ଏମିତି ଚ୍ୟାଲେଞ୍ଜ ଦେଇଛନ୍ତି ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ। ମୁଖ୍ୟମନ୍ତ୍ରୀ ଗୋଟିଏ ବି ଉଦାହରଣ ଦେଲେ ମୁଁ ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ଦେବି ବୋଲି ଆରିଫ ଖାନ କହିଛନ୍ତି।  

ୟୁନିଭର୍ସିଟିଗୁଡ଼ିକରେ କୂଳପତି ନିଯୁକ୍ତି ଘଟଣାକୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ରାଜନୈତିକ ମାମଲାରେ ହସ୍ତକ୍ଷେପ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ଏଜି ଏହାର ଏଭଳି ଉତ୍ତର ରଖିଛନ୍ତି ରାଜ୍ୟପାଳ।

ରାଜ୍ୟପାଳ କହିଛନ୍ତି  “ଆର୍‌ଏସ୍‌ଏସ୍ ଲୋକଙ୍କୁ ଆଣିବାକୁ ମୁଁ ଏପରି କରୁଛି ବୋଲି ସେମାନେ ବାରମ୍ବାର ଅଭିଯୋଗ ଆଣିଛନ୍ତି। କିନ୍ତୁ ଯଦି ମୁଁ ମୋ ପାୱାର ବ୍ୟବହାର କରି ନା କେବଳ ଆର୍‌ଏସ୍‌ଏସ୍ ଅନ୍ୟ କୌଣସି ଲୋକଙ୍କୁ ନିଯୁକ୍ତି ଦେଇଥିବି ତେବେ ମୁଁ ଇସ୍ତଫା ଦେବି। ଆଉ ଯଦି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗକୁ ପ୍ରମାଣିତ କରି ନ ପାରିଲେ ତେବେ କଣ ସେ ଇସ୍ତଫା ଦେବାକୁ ରାଜି ହେବେ ?”କେରଳ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ଚ୍ୟାଲେଞ୍ଜ ଦେଇଛନ୍ତି ରାଜ୍ୟପାଳ।

ସେହିପରି ଗୋଲ୍ଡ ସ୍ମଗଲିଂ ସ୍କାମ୍ ବିଷୟରେ ମଧ୍ୟ ପିନରାୟୀ ବିଜୟନଙ୍କୁ ଟାର୍ଗେଟ୍ କରିଛନ୍ତି ଆରିଫ ଖାନ। ସେ କହିଛନ୍ତି “ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସ୍ମଗଲିଂ କାରବାର ପୃଷ୍ଠପୋଷକତା  କରାଯାଉଥିଲା। ଯଦି ରାଜ୍ୟ ସରକାର, ସିଏମ୍‌ଓ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟତର ଲୋକେ ସ୍ମଗଲିଂ କାର୍ଯ୍ୟରେ ଲିପ୍ତ ରହିବେ ତେବେ ମୋର ହସ୍ତକ୍ଷେପ କରିବା ପ୍ରଯୁଜ୍ୟ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏମିତି କିଛି ସମସ୍ୟା ରହିଛି ଯେଉଁଠି ମୋତର ହସ୍ତକ୍ଷେପ କରିବା ଜରୁରୀ ହୋଇ ପଡ଼ିଛି। ମୋତେ କାହା ବିଷୟରେ କୌଣସି ଅଭିଯୋଗ  ଆଣିବାର ନାହିଁ। ସିଏମ୍ ସେକ୍ରେଟାରୀଙ୍କୁ ବରଖାସ୍ତ କରାଯାଇଛି। ସେ  ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ସ୍ମଗଲରମାନଙ୍କୁ ସୁରକ୍ଷା ଦେଉଥିଲେ? ଯଦି ହଁ ତେବେ ଏହା ମୁଖ୍ୟମନ୍ତ୍ରୀଙ୍କର ପାରିବାପଣିଆକୁ ଚ୍ୟାଲେଞ୍ଜ କରୁଛି ବୋଲି ଆରିଫ୍ ମହମ୍ମଦ ଖାନ କହିଛି। ସମସ୍ତଙ୍କ ପାଇଁ ଗୋଟେ ଲକ୍ଷ୍ମ ରେଖା ରହିଛି। ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ପାଖରୁ ଯାଉଥିବା କଲ୍‌କୁ ରିସିଭ୍ କରୁ ନାହାନ୍ତି। ଏମିତି କରି ସେ ଲକ୍ଷ୍ମଣ ରେଖା ଟାଣୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.