ତିରୁଅନନ୍ତପୁରମ ୨୧।୮: କେରଳ ସରକାର ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ଙ୍କ ତିରୁଅନନ୍ତପୁରମ ଅନ୍ତର୍ଜାତୀୟ ବିମାନ ବନ୍ଦରର ଘରୋଇକରଣ ନିଷ୍ପତ୍ତି ବିରୋଧରେ ରାଜ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କେନ୍ଦ୍ର ମନ୍ତ୍ରୀମଣ୍ଡଳଙ୍କ ନିଷ୍ପତ୍ତି ଉପରେ ତୁରନ୍ତ ରହିତାଦେଶ ଜାରି ଲାଗି ସରକାର କୋର୍ଟଙ୍କୁ ନିବେଦନ କରିଥିବା ବେଳେ ଏହା କରାନଗଲେ ରାଜ୍ୟସରକାରଙ୍କ ଅପୂରଣୀୟ କ୍ଷତି ହେବ ବୋଲି ଦର୍ଶାଇଛନ୍ତି।
{"id":318196,"width":576,"height":325,"sizeSlug":"large"}ହାଇକୋର୍ଟରେ ଆବେଦନ କରିବା ପୂର୍ବରୁ କେରଳ ସରକାର ଗୁରୁବାର ଏକ ସର୍ବଦଳୀୟ ବୈଠକ ଆହ୍ୱାନ କରିଥିଲେ। ଏଥିରେ ବିମାନବନ୍ଦର ଘରୋଇକରଣ ଲାଗି କେନ୍ଦ୍ର କ୍ୟାବିନେଟ୍ଙ୍କ ନିଷ୍ପତ୍ତିକୁ ବିରୋଧ କରାଯିବା ସହ ଏହାକୁ ପ୍ରତ୍ୟାହାର ଲାଗି ଦାବି କରାଯାଇଥିଲା। ତେବେ ବିମାନବନ୍ଦର ଘରୋଇକରଣ ନେଇ ଗତବର୍ଷ ମଧ୍ୟ କେରଳ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସେତେବେଳେ କୋର୍ଟ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ନୁହେଁ ବୋଲି କୋର୍ଟ କହିବା ସହ ସରକାରଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ।