AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଲାଗୁ ହେଲା କୋଭିଡ୍‌ କଟକଣା: ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୁଳକ

16/01/2023 at 9:31 PM

ଥିରୁଭନନ୍ତପୁରମ: ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୁଳକ। ସୋମବାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି କେରଳ ସରକାର । ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ନେଇ ଆଶଙ୍କା ଦେଖାଦେବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ଏଭଳି ପଦକ୍ଷେପ ନିଆଯାଇଛି।

ସର୍ବସାଧାରଣ ଯଥା କର୍ମସ୍ଥଳ ଓ ଏକାଠି ହେଉଥିବା ସ୍ଥାନରେ ଲୋକମାନେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ। ତା ସହିତ ସାମାଜିକ ଦୂରତା ବଜାଇ ରଖିବାକୁ ସରକାର ନିର୍ଦ୍ଦେଶନାମାରେ କହିଛନ୍ତି। କେବଳ ସେତିକି ନୁହେଁ ଦୋକାନ, ସିନେମାଘର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନରେ ଲୋକମାନଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର କହିଛନ୍ତି। ୩୦ ଦିନ ପାଇଁ ଏହି ନିର୍ଦ୍ଦେଶ ବାଧ୍ୟତାମୁଳକ ରହିବ ବୋଲି କେରଳ ସରକାର କହିଛନ୍ତି।

ସୂଚନା ଥାଉକି ସୋମବାର ଭାରତରେ ୧୧୪ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ବର୍ତ୍ତମାନ କରୋନା ସକ୍ରିୟ ସଂଖ୍ୟା ୨,୨୨୧କୁ ଖସିଆସିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ  ସୂଚନା ଦେଇଛି। ସେହିପରି ଦେଶର କୋଭିଡ୍ ସୁସ୍ଥ ହାର ୯୮.୮୦ ପ୍ରତିଶତକୁ ବୃଦ୍ଧି ହୋଇଛି।  

ଇତିମଧ୍ୟରେ ଚୀନ ଓ ଆମେରିକାର କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏକ୍ସବିବି.୧.୫ ଭ୍ୟାରିଣ୍ଟ ଯୋଗୁ ଆମେରିକାରେ ସଂକ୍ରମଣ ବଢ଼ୁଛି। ଭାରତରେ ଏହି ଭ୍ୟାରିଏଣ୍ଟରେ ମାତ୍ର ୨୬ ଜଣ ସକ୍ରମିତ ହୋଇଥିବା ସୂଚନା ମିଳିଛି ବୋଲି ଭାରତୀୟ ସାର୍ସ-କୋଭ-୨ ଜେନୋମିକ୍ସ କନ୍‌ସୋର୍ଟିୟମ୍ ଡାଟାରୁ ସୂଚନା ମିଳିଛି।

ବର୍ତ୍ତମାନ ସୁଧା ଦେଶରେ ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏକ୍ସବିବି.୧.୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଦିଲ୍ଲୀ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ରହିଛି। ଚୀନରେ ଆତଙ୍କ ଖେଳାଉଥିବା ବିଏଫ୍.୭ ଭାଇରସ ଭାରତରେ ମଧ୍ୟ ଚିହ୍ନଟ ହୋଇଛି। ପ୍ରଥମେ ଗତବର୍ଷ ଡିସେମ୍ବର ୩୦ ତାରିଖରେ ଗୁଜୁରାଟ ଓ ଓଡ଼ିଶାରେ ଏହି ଭୂତାଣୁ ଭ୍ୟାରିଏଣ୍ଟ ଥିବା ସୂଚନା ମିଳିଥିଲା। ଓମିକ୍ରନର ସବ୍‌ଭ୍ୟାରିଏଣ୍ଟ ବିଏଫ୍.୭ ଚୀନରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ଚୀନର ବର୍ତ୍ତମାନର ଅବସ୍ଥା ଏହି ଭ୍ୟାରିଏଣ୍ଟ ଦାୟୀ ବୋଲି କୁହାଯାଉଛି।

   Related Posts