କେରଳର ପ୍ରଥମ କିନ୍ନର ଓକିଲ; ଫଟୋ ଶେୟାର କରି ବଧେଇ ଜଣାଇଲେ ମନ୍ତ୍ରୀ
20/03/2023 at 4:54 PM

ଥିରୁଭନନ୍ତପୁରମ: କେରଳର ପ୍ରଥମ କିନ୍ନର ଓକିଲ ହେଲେ ପଦ୍ମ ଲକ୍ଷ୍ମୀ। ଜଣେ ଓକିଲ ଭାବେ ତାଙ୍କ ନାଁ ରାଜ୍ୟ ବାର୍ କାଉନ୍ସିଲ୍ରେ ପଞ୍ଜୀକୃତ ହୋଇଛି। କେରଳ ଶିଳ୍ପମନ୍ତ୍ରୀ ପି. ରାଜୀବ ଇନ୍ଷ୍ଟାଗ୍ରାମରେ ତାଙ୍କ ଫଟୋ ଶେୟାର କରି ଲକ୍ଷ୍ମୀଙ୍କୁ ବଧେଇ ଜଣାଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରବିବାର ବାର କାଉନସିଲ ଅଫ୍ ଇଣ୍ଡିଆ ଦ୍ୱାରା ଏକ କାର୍ଯ୍ୟକ୍ରମ ଆୟୋଜନ କରି ୧୫୦୦ ଲ’ ଗ୍ରାଜୁଏଟ୍ଙ୍କୁ ବାର୍ ଏନ୍ରୋଲମେଣ୍ଟ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ପଦ୍ମ ଲକ୍ଷ୍ମୀ ସେମାନଙ୍କ ମଧ୍ୟରୁ ଜଣେ। ପ୍ରତିକୁଳ ପରିସ୍ଥିତିରେ ପଦ୍ମ ଲକ୍ଷ୍ମୀ କିଭଳି ନିଜ ରାସ୍ତା ନିଜେ ତିଆରି କରି ସଫଳତା ପାଇଲେ ଏହାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ମନ୍ତ୍ରୀ ରାଜୀବ।
ପଦ୍ମ ଲକ୍ଷ୍ମୀ ଜୀବନ କାହାଣୀ ଅନ୍ୟ କିନ୍ନରମାନଙ୍କ ପାଇଁ ଆଦର୍ଶ ହେବା ସହିତ ଅନ୍ୟ ଓକଲିମାନଙ୍କୁ ଉତ୍ସାହିତ କରିବ। ପଦ୍ମଲକ୍ଷ୍ମୀଙ୍କୁ ବଧେଇ ଓ ଓକିଲ ପରିବାରଙ୍କୁ ତାଙ୍କୁ ସ୍ୱାଗତ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କର ଏହି ଇନଷ୍ଟାଗ୍ରାମ ପୋଷ୍ଟକୁ ଅନେକ ଲୋକ ପସନ୍ଦ କରିବା ସହ ପଦ୍ମଲକ୍ଷ୍ମୀଙ୍କୁ ବଧେଇ ଜଣାଇ ଲାଇକ୍ କମେଣ୍ଟ ଓ ଶେୟାର ବି କରିଛନ୍ତି।