କେରଳର ତ୍ରିସୁରରେ କଙ୍ଗାରୁକୋର୍ଟ; ଯୁବକଙ୍କୁ ନିର୍ଧୂମ ପିଟିଲେ ୫୯ ମହିଳା, ଥାନାରେ ମାମଲା ରୁଜୁ

Published By : Prameya-News7 Bureau | January 07, 2023 IST

କୋଚି: ମହିଳାଙ୍କ ଆକ୍ରୋଶର ଶିକାର ଯୁବକ । ଜଣେ ବ୍ୟକ୍ତିଙ୍କୁ ନିର୍ଧୂମ ଛେଚିଲେ ୫୯ଜଣ ମହିଳା । ରାସ୍ତାରେ ଘୋଷାରି ଘୋଷାରି ପିଟିଛନ୍ତି ମହିଳାମାନେ । ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଭଳି ଘଟଣା ଘଟିଛି କେରଳର ତ୍ରିସୁର ଜିଲ୍ଲାରେ । କଙ୍ଗାରୁକୋର୍ଟ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ସୂଚନା ଅନୁଯାୟୀ, ପୀଡ଼ିତ ଯୁବକ ଜଣେ ମହିଳାଙ୍କ ଫଟୋକୁ ବିକୃତ ଭାବେ ଆଙ୍କି ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଏହାକୁ ନେଇ ମହିଳାମାନେ ଉତକ୍ଷିପ୍ତ ହୋଇ ଯୁବକଙ୍କୁ ଆକ୍ରମଣ କରିଥିଲେ । ପୋଲିସର କହିବା ମୁତାବକ, ପ୍ରାୟ ୫୯ଜଣ ମହିଳା ପୀଡିତକୁ ଲାଠିରେ ନିର୍ଧୂମ ପିଟିବା ସହିତ ରାସ୍ତାରେ ଘୋଷାରୀ ଘୋଷାରୀ ନେଇଥିଲେ । ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତ୍ରିସୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ୧୧ଜଣ ମହିଳା ଗିରଫ ହୋଇଛନ୍ତି । ଅନ୍ୟମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି ପୋଲିସ ।

ମହିଳାମାନେ ରିଟ୍ରିଟ୍ ସେଣ୍ଟର ବୋଲି କୁହାଯାଉଛି । ଅନ୍ୟପଟେ ମହିଳାଙ୍କ ମାଡ଼ରେ ମୁରିୟାଦର ସାଜି ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯୁବକଙ୍କ ସହିତ ଅନ୍ୟ ୫ଜଣ ମଧ୍ୟ ଆହତ ହୋଇଛନ୍ତି । ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡଦେବାକୁ ଦାବି କରିଛନ୍ତି ପୀଡିତଙ୍କ ପରିବାର ଲୋକ ।         

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.