scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଜେପିରୁ ଇସ୍ତଫା ଦେଲେ ଅଲି ଆକବରରୁ ରାମସିହ୍ମନ ହୋଇଥିବା ମାଲାୟାଲମ ଫିଲ୍ମ ନିର୍ଦ୍ଦେଶକ, କହିଲେ ମୋଦୀଙ୍କୁ ସମର୍ଥନ ରହିବ

16/06/2023 at 6:17 PM

ଥିରୁଭନନ୍ତପୁରମ: ବିଜେପି ଛାଡ଼ିଲେ ମାଲାୟାଲମ ଫିଲ୍ମ ନିର୍ଦ୍ଦେଶକ ରାମସିହ୍ମନ ଅବୁବକ୍କେର। ସେ ତାଙ୍କ ଇସ୍ତଫାପ୍ତର କେରଳ ବିଜେପି ମୁଖ୍ୟକେ ସୁରେନ୍ଦ୍ରନଙ୍କ ପାଖକୁ ପଠାଇ ଦେଇଛନ୍ତି ବୋଲି ରାମସିହ୍ମନ ସୂଚନା ଦେଇଛନ୍ତି। ରାମସିହ୍ମନ କେରଳ ବିଜେପିର ସଦସ୍ୟ ଥିଲେ। ହେଲେ ଦଳୀୟ ନେତାଙ୍କ ସହିତ ତାଙ୍କ ସମ୍ପର୍କ ଖରାପ ହୋଇଯାଇଥିଲା। ତେବେ ବିଜେପି ଛାଡ଼ିଲେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ ଦେବେ ବୋଲି ରାମସିହ୍ମନ କହିଛନ୍ତି।

ରାମସିହ୍ମନଙ୍କ ପୂର୍ବରୁ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ୨ ଜଣ ବିଜେପିରୁ ଇସ୍ତଫା ଦେଇ ସାରିଛନ୍ତି। ରାମସିହ୍ମନ କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ ହେଁ ଆଜି ଏହାର ଘୋଷଣା କରିଛନ୍ତି ବୋଲି ସେ ଫେସ୍‌ବୁକ୍‌ ପୋଷ୍ଟ କରି ସୂଚନା ଦେଇଛନ୍ତି। ବିଜେପିରୁ ଇସ୍ତଫା ଦେଇ ସେ କୌଣସି ରାଜନୈତିକ ଦଳର ଦାସ ନୁହେଁ ବୋଲି ଘୋଷଣା କରିଛନ୍ତି।

ധർമ്മത്തോടൊപ്പം ചലിക്കണമെങ്കിൽ ഒരു ബന്ധനവും പാടില്ല എന്നത് ഇപ്പോഴാണ്  ബോദ്ധ്യമായത്, ധർമ്മത്തോടൊപ്പം,ഹരി ഓം; സംവിധായകൻ രാമസിംഹൻ ...

ପଢ଼ନ୍ତୁ –‘ଆମେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନ ଲଢିବୁ ନାହିଁ ଯଦି’…  ଗ୍ରାଣ୍ଡ୍ ଓଲ୍‌ଡ ପାର୍ଟିକୁ ଅଫର୍

ଏହା ପୂର୍ବରୁ ଫିଲ୍ମ ନିର୍ଦ୍ଦେଶକ ବିଜେପି ବିରୋଧରେ ଅବହେଳାର ଅବିଯୋଗ ଆଣିଥିଲେ। ବିଜେପି ନେତୃତ୍ୱ ରାଜ୍ୟରେ କଳାକାରମାନଙ୍କୁ ଅଣଦେଖା କରୁଛି ବୋଲି ସେ ଅଭିଯୋଗ କରିଥିଲେ। କଳାକାରମାନେ ନିର୍ବାଚନ ସମୟରେ କେବଳ ପ୍ରଦର୍ଶନୀ ହେବାକୁ ନଥାନ୍ତି। ଦଳ ବୁଝିବା ଦରକାର ଯେ କଳାକାରମାନେ ବିଶ୍ୱକୁ ଆଗକୁ ନେଇଛନ୍ତି। ତେବେ କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ବିଜେପିର ସମସ୍ୟା ବିଷୟରେ ଅବଗତ ଅଛନ୍ତି ବୋଲି ରାମସିହ୍ମନ କହିଛନ୍ତି।     

ରାମସିହ୍ମନ ଆବୁବକେର ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ଅନେକ ହିଟ୍ ମାଲାୟାଲମ୍ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ସେ ମୁସ୍ଲିମ ଧର୍ମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ନାଁ ଅଲି ଆକବର ଥିଲା। ହେଲେ ୨୦୨୧ରେ ସେ ତାଙ୍କ ପତ୍ନୀଙ୍କ ସହ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ହିନ୍ଦୁ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାଁ ରାମସିହ୍ମନ କରିଦେଇଥିଲେ।

ബി.ജെ.പിയിൽ അവഗണന: സംവിധായകൻ രാജസേനൻ സി.പി.എമ്മിലേക്ക് | Director Rajasenan  to CPM | Madhyamam
ରାଜସେନନ

ପଢ଼ନ୍ତୁ –ଜିତନ ରାମ ମାଝୀ ଜାସୁସୀ କରୁଥିଲେ, ଭଲ ହେଲା ସେ ଅଲଗା ହୋଇଗଲେ: ନୀତୀଶ କୁମାର

ସୂଚନା ଥାଉକି ରାମସିହ୍ଣନଙ୍କ ପୂର୍ବରୁ ମାଲାୟାଲମ ନିର୍ଦ୍ଦେଶକ ରାଜାସେନାନ୍‌ ଓ ବରିଷ୍ଠ ମାଲାୟାଲମ ଫିଲ୍ମ ଅଭିନେତା ଭୀମନ ରଘୁ ବିଜେପିରୁ ଇସ୍ତଫା ଦେଇ ସିପିଆଇଏମ୍‌ରେ ଯୋଗ ଦେଇଛନ୍ତି। ତେବେ ରାମସିହ୍ମନ ବିଜେପି ଛାଡ଼ିବା ପରେ କେଉଁ ଦଳରେ ମିଶିବେ ସେ ନେଇ ସେ କୌଣସି ଖୁଲାସା କରି ନାହାନ୍ତି।

Actor Bheeman Raghu quits BJP, set to join CPI(M) | DH Latest News, DH  NEWS, Entertainment DH, Celebrities DH, Kerala, Latest News, India, NEWS,  celebrities, Entertainment, Politics , quits BJP, Bheeman Raghu,

   Related Posts