ଆଜି ବିବିସି ଡକ୍ୟୁମେଣ୍ଟାରୀକୁ ଲୋକଙ୍କୁ ଦେଖାଇବ କେରଳ କଂଗ୍ରେସ: ସମୁଦ୍ରକୂଳରେ ହେବ ସ୍କ୍ରିନିଂ
26/01/2023 at 4:42 PM

ଥିରୁଭନନ୍ତପୁରମ: ଗୁଜରାଟ ଦଙ୍ଗାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ରିପୋର୍ଟକୁ ଲୋକମାନଙ୍କୁ ଦେଖାଇବ କେରଳ କଂଗ୍ରେସ। ଏଥିପାଇଁ ଆଜି ସନ୍ଧ୍ୟା ୫ଟା ବେଳେ ଥିରୁଭନନ୍ତପୁରମର ଶଙ୍ଘୁମୁଘମ ସମୂଦ୍ରକୂଳରେ ଏହାର ସ୍କ୍ରିନିଂ ବ୍ୟବସ୍ଥା ହୋଇଛି। ଲୋକମାନଙ୍କୁ ଦେଖିବାକୁ ସୁବିଧା ହେବ ବୋଲି ଏହି ଡକ୍ୟୁମେଣ୍ଟାରିକୁ ସମୁଦ୍ରକୂଲରେ ଦେଖାଇବାର ବ୍ୟବସ୍ଥା କରାଯାଇଛି ବୋଲି କେରଳ କଂଗ୍ରେସ କହିଛି।
ସୂଚନା ଥାଉକି ଦୁଇଟି ପାର୍ଟରେ ତିଆରି ହୋଇଥିବା ବିବିସି ଡକ୍ୟୁମେଣ୍ଟାରୀ ” ଇଣ୍ଡିଆ: ଦ ମୋଦୀ କୋସ୍ଚେନ୍” ଗୁଜୁରାଟ ଦଙ୍ଗାକୁ ନେଇ ତିଆରି ହୋଇଛି। ଏଥିରେ ପରୋକ୍ଷରେ ମୋଦୀଙ୍କ ଗୁଜରାଟ ଦଙ୍ଗା ପାଇଁ ଦାୟୀ କରାଯାଇଛି। ଯାହାକୁ ବିରୋଧ କରିଛି ଭାରତ। ଜାଣିଶୁଣି ମନ୍ଦ ଉଦ୍ଦେଶ୍ୟ ରଖି ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଯାହା ବ୍ରିଟିସର ଉପନିବେଶ ମନୋଭାବ ସ୍ପଷ୍ଟ ଦେଖିବାକୁ ମିଳୁଛି ବୋଲି ଭାରତ କହିଛି।
ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ଏହି ଡକ୍ୟୁମେଣ୍ଟାରୀକୁ ଦେଖିବା ପାଇଁ ବିଭିନ୍ନ କେନ୍ଦ୍ରୀୟ ୟୁନିଭର୍ସିଟିଗୁଡ଼ିକରେ ଛାତ୍ରସଂଘର୍ଷ ଘଟିଛି। ପ୍ରଥମେ ଦିଲ୍ଲୀ ଜବାହାର ଲାଲ ନେହରୁ ୟୁନିଭର୍ସିଟିରେ ବିବିସି ଡକ୍ୟୁମେଣ୍ଟାରିକୁ ନେଇ ହଟ୍ଟୋଗୋଳ ହୋଇଥିଲା। ଭାରତୀୟ ଛାତ୍ର ସଂଘ ପକ୍ଷରୁ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ବ୍ୟବସ୍ଥା କରାଯାଇଥିଲା। ହେଲେ ୟୁନିଭର୍ସିଟି କର୍ତ୍ତୃପକ୍ଷ ଏହାକୁ ବିରୋଧ କରି ବିଦ୍ୟୁତ୍ ସରବହାର ବନ୍ଦ ରଖିଥିଲେ। ଏହାପରେ ଛାତ୍ରସଂଘର୍ଷ ଦେଖାଯାଇଥିଲା।
ସେହିପରି ଜାମିଆ ମିଲିଆ ଇସ୍ଲାମିଆ ୟୁନିଭର୍ସିଟିରେ ମଧ୍ୟ ଭାରତୀୟ ଛାତ୍ରସଂଘ ପକ୍ଷରୁ ଡକ୍ୟୁମେଣ୍ଟାରୀକୁ ଦେଖିବାକୁ ବ୍ୟବସ୍ଥା କରାଯାଇଥିଲେ ବି ୟୁନିଭର୍ସିଟି କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ପୁଲିସ କଲେଜ୍ରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ବିଶୃଙ୍ଖଳିତ ଯାତ୍ରଙ୍କୁ ଅଟକ ରଖିଥିଲା। ପରେ ପଞ୍ଜାବ ୟୁନିଭର୍ସିଟିରେ ମଧ୍ୟ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ବ୍ୟବବସ୍ଥାକୁ ବନ୍ଦ କରିଦିଆଯାଇଥିଲା,