୯ ୟୁନିଭର୍ସିଟି କୁଳପତିଙ୍କୁ ଇସ୍ତଫା ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା; RSSର ହାତବାରିସି ସାଜିଛନ୍ତି ରାଜ୍ୟପାଳ

Published By : Prameya-News7 Bureau | October 24, 2022 IST

ଥିରୁଭନନ୍ତପୁରମ: ଗତକାଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖି ରାଜ୍ୟର ୯ଟି ୟୁନିଭର୍ସିଟି ଭାଇସ-ଚାନ୍‌ସେଲରଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ଆଜି ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ରାଜ୍ୟପାଳ ଆର୍‌ଏସ୍‌ଏସ୍‌ଙ୍କ ହାତବାରିସୀ ଭଳି କାମ କରୁଥିବା ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟପାଳ ତାଙ୍କର କ୍ଷମତାର ଅପବ୍ୟବହାର କରୁଛନ୍ତି। ରାଜ୍ୟାପାଳ ପଦବୀ ସରକାର ବିରୋଧରେ ଯିବା ନୁହେଁ ବରଂ ସମ୍ବିଧାନର ମାନ ରକ୍ଷା କରିବା। କୂଳପତିଙ୍କ ଇସ୍ତଫା ନିର୍ଦ୍ଦେଶକୁ ନେଇ ସେ କହିଛନ୍ତି ଯେ ଏଭଳି ନିର୍ଦ୍ଦେଶ କେବଳ ଗଣତନ୍ତ୍ରର ଉଲ୍ଲଙ୍ଘନ ନୁହେଁ କୁଳପତିମାନଙ୍କର ଅଧିକାରର ବି ହନନ କରିଛି।

ସୂଚନା ଥାଉକି ଗତକାଲି କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନ ନିଯୁକ୍ତିରେ ବେଆଇନ ଅଭିଯୋଗରେ ୯ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅକ୍ଟୋବର ୨୪ ତାରିଖ ଦିନ ୧୧.୩୦ ସୁଧା ଇସ୍ତଫା ଦେବାକୁ ସେ କୁଳପତିମାନଙ୍କୁ ଚିଠି ଲେଖିବା ସହ ମେଲ୍ ବି କରିଥିଲେ। କୁଳପତି ନିଯୁକ୍ତିରେ ଅନିୟମିତା ଅଭିଯୋଗ କରି ଏହି ନିର୍ଦ୍ଦେଶ ଦିଆଯାଇଥିଲା।

ଚିଠି ହୋଇଥିବା ୯ଟି ୟୁନିଭର୍ସିଟି ହେଲା- ୟୁନିଭର୍ସିଟି ଅଫ୍‌ କେରଳ, ମହାତ୍ମା ଗାନ୍ଧୀ ୟୁନିଭର୍ସିଟି, କୋଚିନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀ, କେରଳ ୟୁନିଭର୍ସିଟି ଅଫ୍ ଫିସରିଜ୍ ଆଣ୍ଡ ଓସିନ ଷ୍ଟଡିଜ୍, କାନପୁର ୟୁନିଭର୍ସିଟି, ଏପିଜେ ଅବଦୁଲ କଲାମ ଟେକ୍ନୋଲୋଜୀ ୟୁନିଭର୍ସିଟି। ଶ୍ରୀ ସଂକାଚାର୍ଯ୍ୟ ୟୁନିଭର୍ସିଟି ଅଫ୍ ସଂସ୍କୃତ, ୟୁନିଭର୍ସିଟି ଅଫ୍ କଲିକଟ ଏବଂ ଥୁଞ୍ଚଥ ଏଜୁଥାଚାନ୍ ମାଲାୟାଲମ୍ ବିଶ୍ୱବିଦ୍ୟାଳୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.