କରୋନା ଭାଇରସ୍‌ ନେଗେଟିଭ୍‌ ଥିବା କେରଳର ବ୍ୟକ୍ତିଙ୍କର ଥଣ୍ଡା ଓ ନିମୋନିଆରେ ମୃତ୍ୟୁ

Published By : Prameya-News7 Bureau | February 29, 2020 IST

ଥିରୁଭାନନ୍ତପୁରମ୍‌ - କେରଳରେ କରୋନା ସଂଗ୍ଦିଧ ବକ୍ତିଙ୍କର ନିମୋନିଆରେ ମୃତ୍ୟୁ ହୋଇଛି । ଶୁକ୍ରବାରରେ ସେ କୋଚିନ୍‌ରେ ପହଞ୍ଚିଥିଲେ । ସେ ମାଲେସିଆରୁ ଫେରିଥିଲେ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା

ଏର୍ନାକୁଲାମର କାଲାମାସେରି ମେଡିକାଲ କଲେଜ ହସ୍ପିଟାଲରେ ଥିବା ଏକ କେରଳର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଜୌନଶ ବୋଲି ଜଣାପଡିଛି । ତାଙ୍କୁ ୩୬ ବର୍ଷ। ଶୁକ୍ରବାର ତାଙ୍କୁ ସନ୍ଦେହଜନକ କରୋନାଭାଇରସ୍ ସନ୍ଦେହରେ ଅଲଗା ୱାର୍ଡରେ ଭର୍ତ୍ତି କରାଯାଇଥିଲା।

ତେବେ ତାଙ୍କର ପରୀକ୍ଷାକୁ ତାଙ୍କୁ ବାର୍ଡ ଫ୍ଲୁ କି କରୋନା ହୋଇ ନଥିବା ଜଣା ପଡିଥିଲା । ସେ ଗତ କିଛି ଦିନ ଧରି ମାଲେସିଆରେ କାର୍ଯ୍ୟ କରୁଥିଲେ । ଶୁକ୍ରବାରରେ ସେ ଘରକୁ ଫେରିଥିଲେ । ନିମୋନିଆ ଯୋଗୁଁ ତାଙ୍କର ଫୁସ୍‌ଫୁସ୍‌ ସଂକ୍ରମଣ ହୋଇଥିଲା ।

ମୃତ ଜୈନେଶ୍‌ ଡାଇବେଟିସ୍ରେ ପୀଡିତ ଥିଲେ । ଏହା ଗୁରୁତର ଥିବାରୁ ନିମୋନିଆ ସଂକ୍ରମଣ ଅଧିକ ହୋଇଥିଲା ଓ ତାଙ୍କ ନିମୋନିଆରେ ମୃତ୍ୟୁ ହୋଇଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ପ୍ରକାଶ କରିଛନ୍ତି । ତେବେ ଏ ବିଷୟରେ ଅଧିକ ପରୀକ୍ଷା କରାଯାଉଛି ।
ଏବେ କୋଚିନ୍‌ରେ ୧୭ ଜଣ ସଂଗ୍ଦିଧକୁ ରଖାଯାଇଛି । ୫ଟି ପରୀକ୍ଷାକୁ ଜାତୀୟ ଲାବୋରେଟୋରୀକୁ ପଠାଯାଇଛି ।

ଚୀନ୍‌ରେ କରୋନା ଭାଇରସ୍‌ ଯୋଗୁଁ ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨,୮୩୫କୁ ବୃଦ୍ଧି ପାଇଛି । କରୋନା ଏବେ ବିଶ୍ୱର ବିଭିନ୍ନ ଦେଶକୁ ବ୍ୟାପି ଗଲାଣି । ୟୁରୋପ ସହ ଇରାନ୍‌ରେ ଏହା ବ୍ୟାପିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.