ଏଲଜେଡିର ହେଲା ଆରଜେଡିରେ ବିଲୟ, ଏବେ କେରଳରେ ଲାଲୁ ଯାଦବଙ୍କ ଜଣେ ବିଧାୟକ

Published By : Prameya-News7 Bureau | October 12, 2023 IST

ନୂଆଦିଲ୍ଲୀ: ଆରଜେଡିରେ ବିଲୟ ହେଲା କେରଳର ଲୋକତାନ୍ତ୍ରିକ ଜନତା ଦଳ (LJD)ର। କୋଝିକୋଡରେ RJDର ନେତା ଏବଂ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଉପସ୍ଥିତିରେ, ଏମଭି ଶ୍ରେୟସ କୁମାରଙ୍କ ନେତୃତ୍ବାଧୀନ LJDର ଆରଜେଡିରେ ବିଲୟ ହୋଇଛି। ଆଉ ଏହି ବିଲୟ ସହ ଆରଜେଡିକୁ କେରଳ ବିଧାନସଭାରେ ଏଲଜେଡିର ବିଧାୟକ କେପି ମୋହନ ମିଳିଯାଇଛନ୍ତି।

ସୂଚନାଥାଉକି, ଏମଭି ଶ୍ରେୟସ କୁମାରଙ୍କ ନେତୃତ୍ବାଧୀନ ଏଲଜେଡି କେରଳ ରାଜନୀତିରେ ସିପିଏମର ନେତୃତ୍ବାଧୀନ ଲେଫ୍‌ଟ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ (ଏଲଡିଏଫ)ର ଅଂଶ। ଜେଡିୟୁରୁ ବାହାରିବା ପରେ ଶରଦ ଯାଦବ ୨୦୧୮ରେ ଏଲଜେଡିର ସ୍ଥାପନା କରିଥିଲେ ଏବଂ ୨୦୨୨ରେ ଜାତୀୟ ସ୍ତରରେ ଏହାର ବିଲୟ ଆରଜେଡି ସହ କରିଥିଲେ। ଅବଶ୍ୟ ଏମଭି ଶ୍ରେୟସ କୁମାରଙ୍କ ନେତୃତ୍ବରେ ପାର୍ଟିର କେରଳ ୟୁନିଟ୍‌ ଜେଡିଏସ ତରଫରୁ ଢଳିବାର ଦେଖାଯାଇଥିଲା । କିନ୍ତୁ ଏବେ ଏଚଡି ଦେବଗୌଡ଼ା ଏବଂ ଏଚଡି କୁମାରସ୍ବାମୀଙ୍କ ଜେଡିଏସ ବିଜେପି ହାତ ଧରିଛି। ଏଣୁ ଏଭଳି ସ୍ଥିତିରେ ଏଲଜେଡି, ଆରଜେଡି ସହ ବିଲୟ କରିଛି। ଏମଭି ଶ୍ରେୟସ କୁମାର କେରଳର ପ୍ରମୁଖ ସମାଚାର ପତ୍ର ମାତୃଭୂମିର ମାଲିକ ମଧ୍ୟ।

ଆହୁରି ପଢ଼ନ୍ତୁ: ଲାଲୁ ଯାଦବଙ୍କ ପାଇଁ ବଢ଼ିଲା ଅଡ଼ୁଆ; ରେଳଓ୍ବେ ନିଯୁକ୍ତି ଘୋଟାଲାରେ ରାଉଜ୍ ଏଭିନ୍ୟୁ କୋର୍ଟଙ୍କ ସମନ୍

ଆରଜେଡିରେ-ଏଲଜେଡିର ବିଲୟ ପାଇଁ ତେଜସ୍ବୀ ଯାଦବଙ୍କ ସହ ଆରଜେଡି ନେତା ଅବଦୁଲ ବାରି ସିଦ୍ଦିକି, ମନୋଜ ଝା ମଧ୍ୟ କାଲିକଟ ପହଞ୍ଚିଥିଲେ। କାଲିକଟ ଟ୍ରେଡ ସେଣ୍ଟରରେ ଆୟୋଜିତ ସମାରୋହରେ ଏମଭି ଶ୍ରେୟସ କୁମାରଙ୍କ ପାର୍ଟୀର ସବୁ ଜିଲ୍ଲାଧ୍ୟକ୍ଷ ଏବଂ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ଆରଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦଳ କେରଳରେ ପାଞ୍ଚ ଲୋକସଭା ସିଟ୍‌ରୁ ଲଢ଼ିବାକୁ ଚାହୁଛି ଆଉ ଏଲଜେଡିର ବିଲୟ ଫଳରେ ସିପିଏମ ସହ ଲଢ଼ିବାରେ ସହଜ ହୋଇପାରେ।

ଦଳର ବରିଷ୍ଠ ନେତା ଅବ୍ଦୁଲ ବାରି ସିଦ୍ଦିକି କହିଛନ୍ତି ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ଏଲଜେଡିକୁ ବିଲୟରୁ କେରଳରେ ବହୁତ ଶକ୍ତି ମିଳିଛି ଆଉ ଆରଜେଡିକୁ ଜାତୀୟ ସ୍ତରରେ ବଢ଼ିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ। ସେହିଭଳି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି ଆରଜେଡିର ବିଧାୟକ ଏବେ ବିହାର, ଝାଡ଼ଖଣ୍ଡ ସହ କେରଳରେ ମଧ୍ୟ ହୋଇଛନ୍ତି ଯିଏ ଏବେ ଦଳକୁ ବିସ୍ତାରର ସଙ୍କେତ। ଆରଜେଡିକୁ ୨୦୦୮ରେ ଜାତୀୟ ଦଳର ମାନ୍ୟତା ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.