୨୫ କୋଟି ଲଟେରୀ ଜିତିବା ପରେ ଚାଲିଗଲା ଶାନ୍ତି, ଅନୁପ କହିଲେ- ଏପରି ଦିନ କେବେ...

Published By : Prameya-News7 Bureau | September 24, 2022 IST

ତିରୁଅନନ୍ତପୁରମ: କେରଳର ରାଜଧାନୀ ତିରୁଅନନ୍ତପୁରମରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠାରେ ଅଟୋ ଡ୍ରାଇଭର ଅନୁପ ୨୫ କୋଟି ଟଙ୍କାର ଲଟେରୀ ଜିତିବା ପରେ ବି ଚିନ୍ତାରେ ଅଛନ୍ତି । ସେ ଏବଂ ତାଙ୍କ ପରିବାର ଏପରି ସ୍ଥିତି ଦେଇ ଗତି କରୁଛନ୍ତି ଯାହା ବାବଦରେ ସେମାନେ କେବେ ମଧ୍ୟ ଭାବି ନଥିଲେ । ଆରମ୍ଭରେ ବିଜୟର ଉତ୍ସାହରେ ଥିବା ଅନୁପଙ୍କ ମାନସିକ ସ୍ଥିତି ଏବେ ବେହାଲ । ଅନୁପଙ୍କ କହିବା ଅନୁସାରେ- 'କାଳେ, ମୁଁ ଏହି ଲଟେରୀ ଜିତି ନଥାନ୍ତି । ମୋ ମନର ଶାନ୍ତି ଚାଲି ଯାଇଛି । ଏବେ ଏଥିରୁ ମୁକ୍ତି ପାଇବା ପାଇଁ ପ୍ରସାୟ କରୁଛି'। 

ଲଟେରୀ ଜିତିବା ପରେ ଅନୁପଙ୍କ ଘର ବାହାରେ ସାହାଯ୍ୟ ଅପେକ୍ଷାରେ ଲୋକଙ୍କ ଭିଡ ଜମୁଛି । ବିଭିନ୍ନ ଏନଜିଓ ଲଗାତାର ତାଙ୍କ ଘରେ ପହଞ୍ଚୁଛନ୍ତି । ଅନୁପଙ୍କ ପରିବାରର କହିବା ଅନୁସାରେ, ଘର ବାହାରେ ଲୋକଙ୍କ ଭିଡ ଜୁମୁଛି ଏବଂ ସେଠାରୁ ହଟିବା ପାଇଁ ରାଜି ହେଉ ନାହାନ୍ତି । News18 ଅନୁସାରେ ଅନୁପ କହିଛନ୍ତି, ଆମେ ଆମ ଘରେ ବନ୍ଦୀ ହୋଇ ଥିବା ଅନୁଭବ କରୁଛୁ । ଏଠାରେ ଚାରିଆଡେ ଲୋକେ ଏକାଠି ହୋଇ ଅଛନ୍ତି । ଘରର କବାଟ ବାହାରୁ ବନ୍ଦ କରି ଦେଇଥିଲେ ।

ଅନୁପ କହିଛନ୍ତି, 'ବର୍ତ୍ତମାନ ସୁଦ୍ଧା କୌଣସି ଟଙ୍କା ମିଳି ନାହିଁ ଏବଂ ଏହି ଟଙ୍କାରେ କଣ କରିବି ସେ ବିଷୟରେ ମଧ୍ୟ ଚିନ୍ତା କରିନାହିଁ । ଏବେ ଘରୁ ବାହାରକୁ ବାହିବାରେ ଭୟ ଲାଗୁଛି । ରାସ୍ତାରେ କଣ ହୋଇଯିବ ବୋଲି ମନରେ ଭୟ ରହିଛି'। ଅନୁପ କହିଛନ୍ତି, 'ଏବେ ମୁଁ ଆଶା କରୁଛି କାଳେ ମୁଁ ଏହା ଜିତି ନଥାନ୍ତି। ପ୍ରଥମେ ପ୍ରଥମେ ଲୋକଙ୍କ ଶୁଭେଚ୍ଛା ଏବଂ ମିଡିଆର ଗୁରୁତ୍ୱ ଭଲ ଲାଗିଥିଲା । କିନ୍ତୁ ଏବେ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଛି । ମୁଁ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି, ଏହି ନିଷ୍ପତ୍ତି ଭାବି ଚିନ୍ତି ଏବଂ ବଡ଼ ସ୍ତରରେ ନେବାକୁ ପଡିବ'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.