ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କେରଳ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି : ବିବାହ ବେଳେ ଝିଅକୁ ବାପା-ମା’ ଦେଉଥିବା ଉପହାର ଯୌତୁକ ନୁହେଁ

15/12/2021 at 11:16 AM

କୋଚି ୧୫।୧୨: ବିବାହ ସମୟରେ ବାପା-ମା’ ଝିଅକୁ ଦେଉଥିବା ଉପହାର ଯୌତୁକ ନୁହେଁ । ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଅନୁଯାୟୀ ଏହାକୁ ଯୌତୁକ ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି କେରଳ ହାଇକୋର୍ଟ ରାୟ ଶୁଣାଇଛନ୍ତି । ଜଣକିଆ ଖଣ୍ଡପୀଠରେ ହୋଇଥିବା ଆବେଦନ ଉପରେ ବିଚାର କରି ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ । 

କେରଳ କୋଲ୍ଲମ ଜିଲ୍ଲା ଯୌତୁକ ନିଷେଧ ଅଧିକାରୀଙ୍କ ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହି ରାୟ ଦେଇଛନ୍ତି । ଜିଲ୍ଲା ଯୌତୁକ ନିଷେଧ ଅଧିକାରୀ ବାପା-ମା’ଙ୍କ ଦ୍ବାରା କନ୍ୟାକୁ ଉପହାର ସ୍ବରୂପ ଦିଆଯାଇଥିବା ଅଳଙ୍କାର ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ନିୟମ ଅନୁଯାୟୀ, କନ୍ୟାର ବାପା-ମା’ ସେମାନଙ୍କ ଇଚ୍ଛାରେ ଉପହାର ଦେଇଥିବା ସୁନା ଅଳଙ୍କାର ଯୌତୁକ ଅଧିନରେ ଆସୁନାହିଁ । ଆବେଦନକାରୀ ଯୁକ୍ତି ବାଢିଛନ୍ତି ଯେ, ଯୌତୁକ ନିଷେଧ ଅଧିକାରୀ ଏଥିରେ ହସ୍ତକ୍ଷେପ କରିବା କିମ୍ବା ନିର୍ଦ୍ଦେଶ ଜାରି କରିବାର କୌଣସି ଅଧିକାର ନାହିଁ ।

ବିଚାରପତି ଜଷ୍ଟିସ୍ ଏମଆର ଅନୀତା ଯୌତୁକ ନିଷେଧ ଅଧିକାରୀଙ୍କ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି । କାରଣ ଏହା ସ୍ପଷ୍ଟ ହୋଇନଥିଲା, ଅଧିକାରୀ ଜଣକ ତଦନ୍ତ କରିଛନ୍ତି କି ନାହିଁ । ଏହାସହ ଏହା ମଧ୍ୟ ନିଶ୍ଚିତ ନଥିଲା ଅଳଙ୍କାରଗୁଡିକ ଯୌତୁକ ଭାବେ ଦିଆଯାଇଛି କି ନାହିଁ । ନବବଧୂ ଜଣଙ୍କ ଦାବି କରିଛନ୍ତି ଯେ, ତାଙ୍କୁ ବିବାହ ବେଳେ ଦିଆଯାଇଥିବା ୫୫ ସୁନା ଅଳଙ୍କାର ତାଙ୍କୁ ଫେରାଇ ଦିଆଯାଉ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଳଙ୍କାରଗୁଡିକ ସମବାୟ ବ୍ୟାଙ୍କର ଏକ ଲକରରେ ରଖାଯାଇଛି । କୋର୍ଟଙ୍କ ଏଭଳି ରାୟ ପରେ ନବବଧୂ ଜଣଙ୍କ ବାପା-ମା’ଙ୍କ ଦ୍ବାରା ଦିଆଯାଇଥିବା ଅଳଙ୍କାର ଫେରିପାଇଛନ୍ତି ।

   Related Posts