ମଇଁଷି ଶିକାର କଲା ମହାବଳ ବାଘ, ଭୟଭୀତ ଲୋକେ
26/03/2023 at 1:01 PM

କେନ୍ଦୁଝର ୨୬।୦୩ : ପୁଣି ମଇଁଷି ଶିକାର କଲା ମହାବଳ ବାଘ । କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧୀନସ୍ଥ ଘଟଗାଁ ରେଞ୍ଜରେ ପୁଣି ସ୍ଥିତି ଜାହିର କଲା ମହାବଳ ବାଘ । ମୁର୍ଗାପାହାଡ ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ଏକାଥରକେ ୫ ମଇଁଷିକୁ ମାରିସାରିଛି ମହାବଳ ।

ସେପଟେ ଖବର ପାଇ ବନ ବିଭାଗ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ଗୃହ ପାଳିତ ପଶୁଙ୍କ ସୁରକ୍ଷା ଲାଗି ଜଙ୍ଗଲ ସୀମାନ୍ତରେ ଟ୍ରେଞ୍ଚ ଖୋଳିବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏକାଥର ୫ ମଇଁଷିକୁ ଶିକାର କରିଥିବା ଯୋଗୁଁ ଜଙ୍ଗଲରେ ଏକାଧିକ ବାଘଥିବା ସନ୍ଦେହ କରାଯାଉଛି । ଗତ ମାସରେ ବନ ବିଭାଗ ଲଗାଇଥିବା ଟ୍ରାପ୍ କ୍ୟାମେରାରେ ଜଙ୍ଗଲରେ ବାଘ ଥିବା ଦେଖିବାକୁ ମିଳିଛି ।