ବେଫିକର୍ ଗୋରୁ ମାଫିଆ, ଯୋଡିଆ ଘାଟିରେ ଏସ୍ଟିଏଫ୍ ଉପରକୁ ଗୁଳିମାଡ
7/12/2022 at 9:21 AM

କେନ୍ଦୁଝର ୦୭।୧୨ : ଗୋରୁ ମାଫିଆଙ୍କ ଦୌରାତ୍ମ୍ୟା । ଏସ୍ଟିଏଫ୍ ଉପରକୁ ଗୁଳିମାଡ଼ । କେନ୍ଦୁଝର ଜିଲ୍ଲା ଯୋଡିଆ ଘାଟିରେ ଘଟିଛି ଏହି ଘଟଣା । ମାମଲାରେ ୨ଜଣଙ୍କୁ ଗିରଫ କରିଛି ପୋଲିସ ।
ଖବର ଅନୁଯାୟୀ, ୫ଟି ଗୋରୁ ଗାଡିକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ଏସ୍ଟିଏଫ୍ ଟିମ୍ । ଏହି ସମୟରେ ଗୋରୁ ମାଫିଆମାନେ ହଠାତ୍ ଏସ୍ଟିଏଫ୍ ଟିମ୍ ଉପରକୁ ଗୁଳିମାଡ଼ କରିଥିଲେ । ଯାହାଫଳରେ ୩ଟି କଣ୍ଟେନର ନେଇ ଫେରାରେ ହେବାର ସଫଳ ହୋଇଛନ୍ତି ଗୋରୁ ମାଫିଆ । ହେଲେ ଏସ୍ଟିଏଫ୍ ୨ଟି କଣ୍ଟେନରକୁ ଜବତ କରିଛି । ଏହା ସହ ଦୁଇ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ ।
ତେବେ ଘଟଣାରେ କେତେ ଜଣେ ଆହତ ହୋଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏପିରିକି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ଥିବା ସୂଚନା ମିଳିଛି ।
Related Posts
୨୦୧୩ରେ ଗୋପାଳଙ୍କୁ ମିଳିଥିଲା ବନ୍ଧୁକ, ୨୦୨୦ରେ ପୁୁରୁଣା ଗୁଳି ବଦଳାଇଥିଲେ
31 January 2023
ପଂଚାୟତ ନିର୍ବାହୀ ଅଧିକାରୀଙ୍କ କଳାକାରନାମା, ବଞ୍ଚି ଥାଉ ଥାଉ ମାରିଦେଲେ
31 January 2023