ଗୁଣି ଗାରେଡି ସନ୍ଦେହରେ ସ୍ୱାମୀ-ସ୍ତ୍ରୀଙ୍କୁ ମାରିଥିଲେ, ୩ଜଣଙ୍କୁ କୋର୍ଟ ଦେଲେ ଆଜୀବନ ଜେଲ୍ ଦଣ୍ଡ, ୧୨ଜଣ ନିର୍ଦ୍ଦୋଷରେ ଖଲାସ

Published By : Prameya-News7 Bureau | August 31, 2020 IST

କେନ୍ଦୁଝର ୩୧।୦୮: ଗୁଣି ଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାରେ ରାୟ ପ୍ରକାଶ । ରାୟ ଶୁଣାଇଲେ କେନ୍ଦୁଝର ଏଡିଜେ କୋର୍ଟ । ମାମଲାରେ  ତିନି ଜଣ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ଏହାସହିତ ୧୨ ଜଣଙ୍କୁ  ନିର୍ଦ୍ଦୋଷରେ ଖଲାସ କରିଛନ୍ତି କେନ୍ଦୁଝର ଏଡିଜେ କୋର୍ଟ ।

{"id":322920,"sizeSlug":"large"}

ସୂଚନାଯୋଗ୍ୟ ଯେ,  ୨୦୧୪ ମସିହା ଅକ୍ଟୋବର ମାସ ୯ତାରିଖ ଦିନ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଶାହାରପୁର ଗାଁରେ ଜଣ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିଲା । ଦମ୍ପତ୍ତି ରାଜେନ୍ଦ୍ର ଦେହୂରୀ ଓ ତାଙ୍କ ସ୍ତ୍ରୀ ଜେମା ଦେହୂରୀଙ୍କୁ ଗାଁରେ କିଛି ଲୋକେ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିଲେ । ବିଳମ୍ବିତ ରାତିରେ ଘରେ ପଶି ଅତି ବିଭତ୍ସ ଭାବରେ ହତ୍ୟା କରିଥିଲେ । ଏନେଇ ପୋଲିସ ତଦନ୍ତ ସମୟରେ ୧୮ ଜଣଙ୍କର ସାକ୍ଷୀଙ୍କୁ ଜେରା କରିବା ପରେ ଜଣେ ମହିଳାଙ୍କ ସମେତ ୧୨ଜଣଙ୍କୁ ଗିରଫ କରାଯାଇଥିଲା ।

ତେବେ ଘଟଣାକୁ ପାଖାପାଖି ୬ବର୍ଷ ହୋଇଯାଇଥିଲେ ସୁଦ୍ଧା ଆଜି ମାମଲାରେ ରାୟ ପ୍ରକାଶ ପାଇଛି । ମାନ୍ୟବର କୋର୍ଟ ଆଜି ରାୟ ଶୁଣାଣି କରି ୧୨ ଜଣଙ୍କୁ ନିର୍ଦ୍ଧୋଷରେ ଖଲାସ କରିବା ସହ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ୩ ଜଣଙ୍କୁ ୪୫୦ ଓ ୩୦୨ ଦଫାରେ ଆଜାବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ନେଇ ରାୟ ଶୁଣାଇଛନ୍ତି । ଯଦି ଜୋରିମାନ ଅନାଦେୟ  ହେବ , ତେବେ ଅଧିକ ୬ ମାସ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି । ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ ଗୌତମ ପଣ୍ଠେଇ , ମିଟି ମଲ୍ଲୀକ ଓ ବସ’ ଦେହୂରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.