ବିଶ୍ଵର ସର୍ବବୃହତ୍ତ ରଥ ବିବାଦ : କେନ୍ଦୁଝର ରାଜା କହିଲେ- ଆମ ରଥ ଏବେକାର ନୁହେଁ କି ଏହା ନୂତନ କରି ତିଆରି ହୋଇନାହିଁ

Published By : Prameya-News7 Bureau | June 28, 2022 IST

କେନ୍ଦୁଝର : କେନ୍ଦୁଝର ରଥ ବିଶ୍ଵର ସର୍ବବୃହତ୍ତ ରଥ । ଏହାକୁ ନେଇ ଦ୍ଵନ୍ଦ୍ବ କରିବା ଉଚିତ ନୁହେଁ ବୋଲି କେନ୍ଦୁଝର ରାଜା କହିଛନ୍ତି । ବିଶ୍ଵ ରେକର୍ଡଧାରୀ କେନ୍ଦୁଝର ରଥକୁ ନେଇ ପୁରୀ ଗଜପତି ମହାରାଜ ଓ କିଛି ସେବାୟତଙ୍କ ମନ୍ତବ୍ୟକୁ ନେଇ ଚାଲିଥିବା ବାଦ ବିବାଦ ପରେ ଏବେ ମୁହଁ ଖୋଲିଛନ୍ତି କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ।

ସେ କହିଛନ୍ତି ୧୬୭୧ ମସିହାରୁ ଚାଲି ଆସିଥିବା ପରମ୍ପରାକୁ ନ ଜାଣି ଯେଉଁମାନେ କହୁଛନ୍ତି ତାହା ଠିକ୍ ନୁହେଁ । କୌଣସି ଠାକୁରଙ୍କ ବିରୋଧରେ କିଛି ବି କରିବା ଉଚିତ ନୁହଁ । ଆମର ଏଠାରେ ବଳଦେବ ଜୀୟୁ ରାଷ୍ଟ୍ର ଦେବତା । ଏଠି ବଳଭଦ୍ରଙ୍କ ସଂସ୍କୃତି ପରମ୍ପରା ଅନୁଯାଇ ରିତୀନୀତି ହୁଏ । ଆଉ ଆମ ରଥ ଏବେକାର ନୁହେଁ କି ଏହା ନୂତନ କରି ତିଆରି ହୋଇନାହିଁ । କାରଣ ଆମ ରଥ ଖୋଲାଯାଏ ନାହିଁ । ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ କେବଳ ମରାମତି କରାଯାଏ । ଏଣୁ ରଥକୁ କମ୍ ବେଶୀ କରିବାର ପ୍ରଶ୍ନ ହିଁ ଉଠୁ ନାହିଁ । ଏପଟେ ସଂସ୍କୃତି ବିଶେଷଜ୍ଞଙ୍କ କହିବା କଥା ବହୁ ପରୀକ୍ଷା ନୀରିକ୍ଷା ପରେ ଏହି ରଥ ବିଶ୍ଵର ବଡ ରଥର ମାନ୍ୟତା ପାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.