Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବନ୍ୟାଜଳ ଛାଡିବା ପରେ ଚାଷ ଜମିରେ ମାଡ଼ିଯାଇଛି ପଟୁ ମାଟି, ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ

25/08/2022 at 3:59 PM

ପାଟଣା ୨୫।୮: ବୈତରଣୀର ପ୍ରଳୟଙ୍କାରୀ ବନ୍ୟା ଭାଙ୍ଗିଦେଇଛି ଚାଷୀର  ମେରୁଦଣ୍ଡ । ବନ୍ୟାଜଳ ଧୋଇନେଇଛି ଚାଷୀର ସୁନାର ଫସଲ । ଚାଷ ଜମିରେ ମାଡିଯାଇଛି ପଟୁମାଟି । ଫଳରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର କପୁଣ୍ଡି ଗ୍ରାମପଞ୍ଚାୟତର ଚାଷୀ ଏବେ ଚିନ୍ତାରେ । ବନ୍ୟାଜଳ ଚାଷ ଜମିରେ ପଶି ଧାନ ଚାଷ ଧୋଇ ନେଇଥିବା ବେଳେ ଏକର ଏକର ଚାଷ ଜମିରେ ପଟୁ ମାଟି ଜମି ରହି ଧାନ ଗଛଗୁଡିକ ପଚି ନଷ୍ଟ ହୋଇଯାଇଛି ।

ଏପରି ପରିସ୍ଥିତିରେ ଧାର କରଜ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଚଡକ ପଡିଛି । ବିଶେଷ କରି  ଏ ଅଞ୍ଚଳର ଚାଷୀ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ଲଘୁଚାପଜନିତ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପ୍ରଳୟଙ୍କାରୀ ବନ୍ୟା ଆସି ଉଜାଡ଼ି ଦେଇଛି ଚାଷ । ପରିଶ୍ରମ କରି ଚାଷ ଜମିରେ ସୁନାର ଫସଲ ଫଳାଇ ଥିବା ଚାଷୀ ଏବେ ଉଜୁଡା ଫସଲକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛି । ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ  ଚାଷୀ ଦାବି କରିଛନ୍ତି।

   Related Posts