ବିଜେଡି ବିରୁଦ୍ଧରେ ଚାର୍ଜସିଟ୍ ଲୋକାର୍ପିତ କଲା କେନ୍ଦୁଝର ବିଜେପି

Published By : Prameya-News7 Bureau | April 28, 2024 IST

କେନ୍ଦୁଝର ୨୮।୪: କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟରେ ୨୫ ବର୍ଷର ବିଜେଡି ସରକାର ବିରୁଦ୍ଧରେ ଏକ ସାମ୍ବାଦିକ ସମ୍ମିଳନୀ କରି ଚାର୍ଜସିଟ୍ ଲୋକାର୍ପିତ କରିଛନ୍ତି । ଏହି ଚାର୍ଜସିଟ୍ ଲୋକାର୍ପଣ ଉତ୍ସବରେ ବିଜେପିର ଲୋକସଭା ପ୍ରାର୍ଥୀ ଅନନ୍ତ ନାୟକ, କେନ୍ଦୁଝର ଓ ତେଲକୋଇ ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ଓ ଫକୀରମୋହନ ନାଏକ ଏବଂ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାର ବିରୁଦ୍ଧରେ ଅଭିଯୋଗ ପତ୍ର (ଚାର୍ଜସିଟ୍) ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜନତାଙ୍କ ଉଦ୍ଦେଶ୍ୟରେ ରଖିଥିଲେ । 

୨୫ ବର୍ଷର ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ବିକାଶ କଥା କହି ଅନ୍ଧାରରେ ରଖିବା ସହିତ ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାକୁ ଉପେକ୍ଷା କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପି କେନ୍ଦୁଝର ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ । ରାଜ୍ୟ ସରକାରଙ୍କ ଅବହେଳା ହେତୁ କାନପୁର ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ରାଜ୍ୟରେ ଥିବା ବିଜେଡି ସରକାର ଆଦିବାସୀଙ୍କୁ ସର୍ବଦା ଅବହେଳିତ କରିଥିବା କହିଛନ୍ତି ଅନନ୍ତ ନାୟକ । ଦେଓ ସିଞ୍ଚନ ପ୍ରକଳ୍ପ ଏବଂ ବିଭିନ୍ନ ବ୍ୟାରେଜ ନିର୍ମାଣରେ ଶିଥିଳତା, ରେଙ୍ଗାଲି ବାମପାର୍ଶ୍ୱ କେନାଲ ଅବହେଳିତ, ଜିଲ୍ଲାବାସୀଙ୍କୁ ସ୍ବପ୍ନ ଦେଖାଇ ଠକିଦେବା କେତେ ଦୂର ଠିକ୍  କେନ୍ଦୁଝର ବାସୀଙ୍କ ଏହି ଦୁର୍ଦ୍ଦଶା ପାଇଁ  ନବୀନ ସରକାର ଦାୟୀ ବୋଲି ମଧ୍ୟ ଅନନ୍ତ ନାୟକ ଅଭିଯୋଗ କରିଛନ୍ତି । ଡିଏମ୍ଏଫ୍ ଅର୍ଥ ବିନିଯୋଗରେ ଅନିୟମିତତା, ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (OMBADC) ଫଣ୍ଡ ଅନିୟମିତତା,   ଧରଣୀଧର ଭେଷଜ ମହାବିଦ୍ୟାଳୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେବା ଓ ଜିଲ୍ଲାବାସୀଙ୍କୁ ମେଗା ଷ୍ଟିଲ ପ୍ଲାଣ୍ଟର ସ୍ବପ୍ନ ଦେଖାଇ ନବୀନ ସରକାର ଠକିଛନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦୁଝର ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝୀ ।   ସେହିପରି ତେଲକୋଇ ନିର୍ବାଚନ ମଣ୍ଡଳୀର ଜନତା ବିଜେଡି ସରକାରରେ ସାଧାରଣ ମୌଳିକ ସେବାରୁ ବଞ୍ଚିତ ଥିବା ବିଜେପିର ତେଲକୋଇ ବିଜେପି ବିଧାୟକ ପ୍ରାର୍ଥୀ ଡା. ଫୋକୀରମୋହନ ନାଏକ କହିଛନ୍ତି । 

 You Can Read :

ଦିନ ସାଢେ ୧୧ଟା ସୁଦ୍ଧା ୪୧ ଟପିଲା ରାଜଧାନୀ ତାତି, ୪୧.୬ ଡିଗ୍ରୀ ସହ ଭୁବନେଶ୍ବର ସବୁଠୁ ଉତ୍ତପ୍ତ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.