ରେଳ ଦୁର୍ଘଟଣା ଆହତଙ୍କ ପାଇଁ ସ୍ଵେଚ୍ଛାକୃତ ରକ୍ତଦାନ କଲେ ଅନଶନରତ କେନ୍ଦୁଝର ଅମଲା ସଂଘ

Published By : Prameya-News7 Bureau | June 03, 2023 IST

କେନ୍ଦୁଝର ୩।୬: ରେଳ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ସ୍ଵେଚ୍ଛାକୃତ ରକ୍ତଦାନ କରି ମାନବିକତା ଦେଖାଇଲେ ଅନଶନରତ କେନ୍ଦୁଝର ଅମଲା ସଂଘ । ବାଲେଶ୍ଵର ଜିଲ୍ଲା ବାହାନଗାଠାରେ ଟ୍ରେନ୍‌ ଦୁର୍ଘଟଣାରେ ମୃତକମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ପ୍ରକାଶ କରିଛନ୍ତି ।

{"id":797503,"sizeSlug":"full","linkDestination":"none"}

ଟ୍ରେନ୍ ଦୁର୍ଘଟଣାରେ ଆହତମାନେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ଅନେକଙ୍କର ରକ୍ତର ଦରକାର ହେବ । ତେଣୁ ରକ୍ତ ଅଭାବରେ କାହାରିକୁ ମରିବାକୁ ଦିଆଯିବ ନାହିଁ ବୋଲି ଶପଥ ନେଇ ଆନ୍ଦୋଳନରତ ମହିଳା ଓ ପୁରୁଷ କର୍ମଚାରୀ ରକ୍ତଦାନ କରିଛନ୍ତି । ଖବର ଲେଖାହେବା ପର୍ଯ୍ୟନ୍ତ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇ ସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.