ପାଟଣା ନିର୍ବାଚନମଣ୍ଡଳୀରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ, ପ୍ରଥମ ପର୍ଯ୍ୟାୟରେ ୨୦୦ ହିତାଧିକାରୀ ଉପକୃତ

Published By : Prameya-News7 Bureau | November 18, 2021 IST

ପାଟଣା, ୧୮|୧୧:  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେନ୍ଦୁଝର ଜିଲ୍ଲାର ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ଭରଚ୍ୟୁଆଲ  ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା ଓ  ସାହାରପଡା ବ୍ଲକରେ ହିତାଧିକାରୀଙ୍କୁ ସ୍ଥାନୀୟ ବିଧାୟକ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି।

ପାଟଣା ବ୍ଲକର ଚିନାମାଳିପଶି ପଞ୍ଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୨୦୦ ଜଣଙ୍କୁ ସେ ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମକୁ ଶିକ୍ଷକ ପାର୍ଥ ସାରଥୀ ବେଜ୍ ସଂଯୋଜନା କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧକ୍ଷ ବିଶ୍ୱନାଥ ନାଏକ, ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ, ତହସିଲଦାର ତାପସ ରଞ୍ଜନ ଦେହୁରୀ, ସିଡିପିଓ ବିଜୟ ଲଷ୍ମୀ ମାରାଣ୍ଡି, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଚିନାମାଳିପଶି ସରପଞ୍ଚ କନକଲତା ନାଏକ ଯୋଗଦେଇଥିଲେ । ସୋମନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାକୁ ପରିପ୍ରକାଶ କରିବା ସହ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ।

ସେହି ପରି ପଲାଣଘାଟି ପଞ୍ଚାୟତ ଏବଂ ସାହାରପଡା ବ୍ଲକର ସାହାରପଡା ଓ ବଡ଼ବିଲ ପଞ୍ଚାୟତରେ ବିଧାୟକ ଜଗନ୍ନାଥ ନାଏକଙ୍କ ନେତୃତ୍ୱରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.