ଦାନ୍ତରେ ଟେକି କଚାଡ଼ି ଦେଲା ହାତୀ; ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

Published By : Prameya-News7 Bureau | December 17, 2022 IST

କେନ୍ଦୁଝର ୧୭/୧୨: ହାତୀ ଆକ୍ରମଣରେ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ନିଳାମ୍ୱର ବେହେରା। ସେ ଯାମୁନାଳିଆ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଦନ୍ତା ହାତୀଟି ମୃତକଙ୍କ ଛାତିକୁ ମୁନିଆ ଦାନ୍ତରେ ଭୁଷିବା ସହିତ ତାଙ୍କ ତଳିପେଟକୁ ପାଦରେ ଦଳିଦେଇଥିଲା। ଖବର ଅନୁସାରେ, କେନ୍ଦୁଝର ସଦର ରେଞ୍ଜ୍‌ର ବାରିଖଣ୍ଡା ଗାଁ  ପାଖରେ ଥିବା ଜଙ୍ଗଲକୁ ଗତକାଲି ବା ଶନିବାର ଠାରୁ ଏକ ଗୋଠଛଡ଼ା ଦନ୍ତା ହାତୀ ଚାଲି ଆସିଥିଲା। ଶନିବାର ସକାଳେ ଦନ୍ତା ହାତୀକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କର ରୁଣ୍ଡ ଜମି ଥିଲା। ହାତୀକୁ ଗାଁକୁ ନ ପୁରାଇବାକୁ ଜଙ୍ଗଲ ଚାରିପଟେ ଲୋକମାନେ ଜଗିଥିଲେ।

ଏତିକିବେଳେ କିଛି ଯୁବକ ଜଙ୍ଗଲରେ ପଶି ହାତୀକୁ ଟେକା ପଥର ମାଡ଼ କରିଥିଲେ। ବନ ବିଭାଗ ଓ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯାଇ ହାତୀକୁ ଟେକା ପଥର ଫିଙ୍ଗିବାକୁ ବାରଣ କରିଥିଲେ। ହେଲେ ଅପରାହ୍ଣରେ କିଛି ଲୋକ ହାତୀ ପଛପଟୁ ଟେକା ପଥର ମାରିଥିଲେ। ଫଳରେ ହାତୀ ଦୌଡ଼ିବା ବେଳେ ନିଳାମ୍ବର ତା ଆଗରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଦାନ୍ତରେ ଟେକ କଚାଡ଼ିବା ସହ ପାଦରେ ଦଳି ଦେଇଥିଲା। ଗୁରୁତର ନିଳାମ୍ବରଙ୍କୁ ବିନ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନିଳାମ୍ବରଙ୍କ ମୃତ୍ୟୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.