କୁମ୍ଭୀର ନେଇନି, କଟକ ପଳାଇଥିଲେ ବିକ୍ରାନ୍ତ : ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ

Published By : Prameya-News7 Bureau | November 20, 2023 IST

କେନ୍ଦ୍ରାପଡା ୨୦।୧୧: ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିବା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଣ୍ଡରା ଗାଁର ବିକ୍ରାନ୍ତ ମଲ୍ଲିକ କଟକରୁ ଉଦ୍ଧାର ।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ଭୋରରୁ ବିକ୍ରାନ୍ତ ମଲ୍ଲିକ ଘର ପାଖ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ l ନଦୀ କୂଳରୁ ତାଙ୍କ ବାଇକ୍ ଓ ବ୍ୟବହୃତ ସାମଗ୍ରୀ ଉଦ୍ଧାର ହେବା ପରେ ବିକ୍ରାନ୍ତଙ୍କୁ କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରି ପରିବାର ଲୋକେ ଅଗ୍ନିଶମ ବିଭାଗର ସହାୟତାରେ ଖୋଜାଖୋଜି କରି ନିରାଶ ହୋଇଥିଲେ l

ତେବେ ଅଣ୍ଡରା ଗାଁର କିଛି ଲୋକ କଟକରେ ବିକ୍ରାନ୍ତଙ୍କୁ ଦେଖି ପରିବାର ଲୋକଙ୍କୁ ଖବର ଦେବାରୁ ତାଙ୍କୁ ଉଦ୍ଧାର କରି ଘରକୁ ଅଣାଯାଇଛି l ନିଜ ନିଖୋଜ ହେବା ନେଇ ବିକ୍ରାନ୍ତ କିଛି କହୁ ନଥିବା ବେଳେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ପରିବାର ଲୋକେ ସୂଚନା ଦେଇଛନ୍ତି l ବିକ୍ରାନ୍ତ ଲୁଧିଆନାରେ ଏକ କମ୍ପାନୀରେ କାର୍ଯ୍ୟ କରନ୍ତି l ଗତ ୪ ଦିନ ତଳେ ସେ ଗାଁକୁ ଫେରିଥିଲେ l ଗାଁରେ ତାଙ୍କର ଏକ ପୁଅ ଓ ସ୍ତ୍ରୀ ଅଛନ୍ତି l ବିକ୍ରାନ୍ତଙ୍କୁ କୁମ୍ଭୀର ଟାଣି ନେବା ଘଟଣା ପ୍ରଚାର ହେବା ପରେ ନଦୀ କୂଳିଆ ଲୋକ ଭୟଭୀତ ହୋଇ ପଡିଥିଲେ l

You Can Read :

wp:embed {"url":"https://www.prameyanews7.com/youth-dead-after-two-days-of-missing-in-balangir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/youth-dead-after-two-days-of-missing-in-balangir/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.