ନଦୀରେ ଭାସି ଯାଇଥିଲେ ମତ୍ସ୍ୟଜୀବୀ: ୩୫ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର
4/08/2023 at 8:24 PM

କେନ୍ଦ୍ରାପଡ଼ା: ନଈ ପାଣିରେ ଭାସିଯାଇଥିଲେ ମତ୍ସ୍ୟ ଜୀବୀ। ପ୍ରାୟ ୩୫ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଗଡ଼ ରୋମିଚ ଗାଁରେ।
ଏହି ଗାଁର ସୁରଥ ମାଝୀ ଗତକାଲି ବନ୍ୟା ଜଳ ଭରା ଉଛୁଳା ମହାନଦୀରେ ମାଛ ଧରିବାକୁ ଯାଉଥିଲେ। ମହାନଦୀର ବନ୍ୟା ଜଳର ପ୍ରଖର ସୁଅରେ ଡଙ୍ଗା ସହ ସୁରଥ ମାଝୀ ଭାସିଯାଇ ଥିଲେ। ତାଙ୍କର କୌଣସି ପତା ମିଳିନଥିବାରୁ ଆଜି ସକାଳୁ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।

ବହୁତ ଖୋଜାଖୋଜି କରିବା ପରେ ନିଖୋଜର ୩୫ ଘଣ୍ଟା ପରେ ସୁରଥଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍। ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଭଲ ଥିବାର ଜଣା ପଡ଼ିଛି।
Related Posts
ଜଙ୍ଗଲରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ
30 November 2023