ଜରାଜୀର୍ଣ୍ଣ ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଶିଳ୍ପ ସଂସ୍ଥା ବଳଦେବ ଜୀଉ ପାୱାର ଲୁମ୍

Published By : Prameya-News7 Bureau | January 16, 2019 IST

କେନ୍ଦ୍ରାପଡା ୧୬|୧: କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ଶିଳ୍ପ ସଂସ୍ଥା ବଳଦେବ ଜୀଉ ପାୱାର ଲୁମ୍ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ । ସମୟ ଥିଲା ଏଠି ଆକର୍ଷଣୀୟ ଶାଢୀ, ଗାମୁଛା, କପଡା ଆଦି ତିଆରି ହେଉଥିଲା । ହେଲେ ଆଜି ସେହି ଜାଗା ଜଙ୍ଗଲରେ ପରିଣତ ହୋଇଛି । ଅନ୍ୟପକ୍ଷରେ ଏହି ପାୱାର ଲୁମ୍‌ ରେ କାମ କରି ପେଟ ପୋଷୁଥିବା ଶ୍ରମିକ ପରିବାର ଆଜି ଭୋକ ଉପାସରେ କାଳ କାଟୁଛନ୍ତି ।  

{"id":74724}

ଭାଙ୍ଗି ଯାଇଛି ଛାତ । କବାଟ ଝରକା ହାଲ୍ ନକହିବା ଭଲ । କାନ୍ଥ ଫଟାଇ ବାହାରିଛି ଗଛ ଲତା । କେନ୍ଦ୍ରାପଡା ବଳଦେବଜୀଉ ପାୱାର ଲୁମ୍ ର ଅବସ୍ଥା କିଛି ଏମିତି । ୧୯୬୯ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ଶିଳ୍ପ ସଂସ୍ଥା । ଏକଦା ନିଜ ଉତ୍ପାଦ ପାଇଁ ଦେଶ ବିଦେଶରେ ବେଶ୍ ପରିଚୟ ଲାଭ କରିଥିଲା ଏହା । ପ୍ରାୟ ୩ ଶହ ଶ୍ରମିକ ଦିନ ରାତି ଏକ କରି ୩ଟି ସିଫ୍ଟ ରେ କାମ କରୁଥିଲେ। ଆଉ ଉତ୍ପାଦନ କରୁଥିଲେ ଆକର୍ଷଣୀୟ ଲୁଙ୍ଗି, ଗାମୁଛା, ଶାଢୀ, ବେଡସିଟ୍ ଓ କପଡା । ଶ୍ରମିକ ଅଶାନ୍ତି, ରାଜେନୈତିକ ଇଛାଶକ୍ତିର ଅଭାବ ଓ ପ୍ରାଶାସନିକ ଉଦାସୀନାତ ପାଇଁ ୧୯୮୦ ମସିହାରେ ଏହି ସଂସ୍ଥାରେ ଝୁଲିଲା ତାଲା ।ନିଲାମ ହୋଇଗଲା ଯନ୍ତ୍ରପାତି ।  ଜୀବିକା ହରାଇଲେ ଶ୍ରମିକ, ଉପାସରେ କାଳ କାଟିଲେ ସେମାନଙ୍କ ପରିବାର । ଏଠାରେ କାମ କରୁଥିବା ଅନେକ ଶ୍ରମିକ ଆଜିବି ନିଜ ପ୍ରାପ୍ୟ ପାଇଁ ସରକାରୀ ଅଫିସ୍ ରେ ଚକ୍କର କାଟୁଛନ୍ତି ।

{"id":74725}

ବଳଦେବଜୀଉ ପାୱାର ଲୁମ୍ ବନ୍ଦ୍ ହୋଇଯିବା ପରେ କେନ୍ଦ୍ରାପଡା ଜିଲ୍ଲାରେ ଆଉ ଦ୍ବିତୀୟ ଶିଳ୍ପ ସଂସ୍ଥା ପାଇଁ ସରକାରୀ ସ୍ତରରେ ଉଦ୍ୟମ ହୋଇ ନାହିଁ । ବିଭିନ୍ନ ସମୟରେ ରାଜେନୈତିକ ନେତାମାନେ ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି  ସିନା ବାସ୍ତବରେ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଆଉ ଜିଲ୍ଲାର ଯୁବକମାନେ ବିଦେଶକୁ ଦାଦନ ଖଟିବାକୁ ଯାଇ ଆଉ ଫେରୁ ନାହାଁନ୍ତି ଘରକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.