scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବର୍ଷାରେ ବିଗୁଡୁଛି କେନ୍ଦ୍ରାପଡା ଜିଲ୍ଲାର ସ୍ଥିତି: ବାତ୍ୟା ଅଶ୍ରୟସ୍ଥଳରେ ଲୋକଙ୍କୁ ରନ୍ଧାଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି

12/10/2018 at 2:04 PM

କେନ୍ଦ୍ରାପଡା ୧୨|୧୦: କେନ୍ଦ୍ରାପଡ଼ା ରେ ଗଲା କାଲି ରାତିରୁ ଆରମ୍ଭ ହୋଇଛି ବର୍ଷା | ରହି ରହି ମୂଷଳଧାରାରେ ବର୍ଷା ହେଉଛି | ବର୍ଷା ସହିତ ପବନ ମଧ୍ୟ ବହୁଛି | ମୂଷଳଧାରା ବର୍ଷା ରେ ସାଧାରଣ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇ ପଡିଛି | ଲୋକେ ଘରୁ ବାହାରିବା ମଧ୍ୟ ମୁସ୍କିଲ୍ ହୋଇ ପଡିଛି | ରାସ୍ତା ଘାଟ ଶୂନ୍ଶାନ୍ ହୋଇ ପଡିଥିବା ବେଳେ ତଳି ଅଞ୍ଚଳରେ ବର୍ଷା ପାଣି ଜମିବା ଆରମ୍ଭ କରିଛି | ଅଧିକ ବର୍ଷା ହେଲେ ପରିସ୍ଥିତି ଆହୁରି ଖରାପ ହୋଇ ପଡିବାର ଆଶଙ୍କା କରିଛନ୍ତି ତଳି ଅଞ୍ଚଳ ର ଲୋକେ | ତେବେ ସହରର ତଳି ଅଞ୍ଚଳ ରୁ ଜଳ ନିଷ୍କାସନ ପାଇଁ କେନ୍ଦ୍ରାପଡ଼ା ନିଆଯାଇନାହିଁ | ଗରଦପୁର, କେନ୍ଦ୍ରାପଡା, ମାର୍ଶାଘାଇରେ ସର୍ବାଧିକ ବର୍ଷା ହୋଇଛି।ବାତ୍ୟା ଅଶ୍ରୟସ୍ଥଳରେ ଲୋକଙ୍କୁ ରନ୍ଧାଖାଦ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।ପୌରଞ୍ଚଳରୁ ବର୍ଷାଜଳ ନିଷ୍କାସନ ପାଇଁ ୧୭ଟି ପମ୍ପ ନିୟୋଜିତ ହୋଇଛି। ଆବଶ୍ୟକ ସ୍ଥଳରେ ବସ୍ତିବସିନ୍ଦାଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କ ସୂଚନା ଦେଇଛନ୍ତି।

   Related Posts