କେନ୍ଦ୍ରାପଡା ଏସବିଆଇ ଏଟିଏମ ରୁ ଲୁଟ

Published By : Prameya-News7 Bureau | August 11, 2018 IST

କେନ୍ଦ୍ରାପଡା ୧୧/୮ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କୋରୁଆ ଛକରେ ଥିବା ଏସବିଆଇ ଏଟିଏମ୍ ସଟର ତାଡି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଗତ କାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବାର ସୂଚନା ମିଳିଛି । ପୋଲିସର ଅପାରଗତା ପାଇଁ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । କାରଣ ଏଟିଏମ ଠାରୁ ମାତ୍ର ୨୦୦ ମିଟରେ ଦୂରରେ କୁଦାନଗରୀ ଫାଣ୍ଡି ଥାଇ ମଧ୍ୟ କିଭଳି ଭାବେ ଏଟିଏମ ତାଡି ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ ତାହାକୁ ନେଇ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ଏ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଥାନା ଅଧିକାରୀ ନ ପହଁଚିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.