କେନ୍ଦ୍ରାପଡ଼ା ୦୪।୦୩ : କେନ୍ଦ୍ରାପଡ଼ା ରାଜେନ୍ଦ୍ରନଗର ଗାଁରେ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ଘଟଣା । ୨୪ ଘଣ୍ଟା ବିତିଯାଇଥିଲେ ବି ଏବେ ସୁଦ୍ଧା କୌଣସି ନିର୍ଯ୍ୟାସରେ ପହଞ୍ଚିପାରିନି ପୋଲିସ । ପୁରା ତଦନ୍ତରେ ପୋଲିସର ହାତ ଖାଲି ।
wp:embed {"url":"https://www.prameyanews7.com/three-death-of-a-family-in-kendrapada-rajendranagar/","type":"wp-embed","providerNameSlug":"prameya-news-7"}ଖବର ଅନୁଯାୟୀ, ରବିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସାମୁଦ୍ରିକ ଥାନା ତାଳଚୁଆ ପଞ୍ଚାୟତ ରାଜେନ୍ଦ୍ରନଗର ଗାଁର ଗୋଟିଏ ପରିବାରର ତିନି ଜଣଙ୍କ ମୃତଦେହ ମିଳିଥିଲା । ଘର ବାହାରେ ବାପାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିବା ବେଳେ ଘର ଭିତରେ ପୁଅ ଓ ମାଆଙ୍କ ଶବ ମିଳିଥିଲା । ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତକ ଶ୍ରୀ ଦାମ୍ଙ୍କ ସାନ ପୁଅ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ ପରେ ବି ପୋଲିସ କୌଣସି ନିର୍ଯ୍ୟାସରେ ପହଞ୍ଚିପାରିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା । ତାହା ଏବେବି ସନ୍ଦେହ ଘେରରେ ରହିଛି ।
{"id":916842,"sizeSlug":"full","linkDestination":"none"}
ଅନ୍ୟପଟେ ସାଇଣ୍ଟିଫିକ୍ ଟିମ୍ ଘଟଣାର ଛାନ୍ଭିନ୍ କରୁଥିବା ବେଳେ କୌଣସି ଠୋସ୍ ପ୍ରମାଣ ପାଇ ପରିନଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।
wp:embed {"url":"https://www.prameyanews7.com/indian-idol-14-winner-vaibhav-gupta/","type":"wp-embed","providerNameSlug":"prameya-news-7"}