ଏବେ ବି ଓଡିଶାରେ ଚାଲିଛ ତିନି ତଲାକ: ଯୌତୁକ ପାଇଁ କେନ୍ଦ୍ରାପଡାରେ ମୁସଲମାନ ମହିଳାଙ୍କୁ ତିନ୍ ତଲାକ ଦେଇଛନ୍ତି ତାଙ୍କ ସ୍ବାମୀ !

Published By : Prameya-News7 Bureau | November 03, 2018 IST

କେନ୍ଦ୍ରାପଡା ୩|୧୦: ପୁଣି ଜଣେ ମୁସଲମାନ ମହିଳାଙ୍କୁ ତିନି ତଲାକ୍ ଦଲେ ତାଙ୍କ ସ୍ବାମୀ । ଅଧିକ ଯୌତୁକ ଦାବି କରି ବିଫଳ ହେବା ପରେ ପରିବାର ଲୋକଙ୍କ ପ୍ରରୋଚନାରେ ତାଙ୍କ ସ୍ବାମୀ ତଲାକ୍ ଦେଇଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ଡେରାବିଶ ମିର୍ଜା ପାଟଣାର ରୁମାନା ପରୱିନ୍‌ । ତବେ ତିନି ତଲାକ୍ ନୁହେଁ ରୁମାନାଙ୍କୁ ତାଙ୍କ ସ୍ବାମୀ ଏକ ତଲାକ୍ ଦେଇଥିବା ଶାଶୂଘର ଲୋକ କହିଛନ୍ତି । ନିଜ କୋଳରେ ବର୍ଷକର କନ୍ୟା ସନ୍ତାନକୁ ଧରି ନ୍ୟାୟ ପାଇବା ପାଇଁ ମହିଳା ପହଁଚିଛନ୍ତି ଥାନାରେ ।.. ଯୌତୁକ ପାଇଁ ତିନ୍‌ ତଲାକ୍ । ପୁଣି ଜଣେ ମୁସଲମାନ ମହିଳାଙ୍କୁ ତିନ୍‌ ତଲାକ ଦେଇଛନ୍ତି ତାଙ୍କ ସ୍ବାମୀ । ଆଉ ଏହାକୁ ପଞ୍ଚାୟତ ବାସୀ ବି କାମୟ ରଖିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଡେରାବିଶ ମିର୍ଜାପାଟଣାର ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ସଲ୍ଲାଉଦ୍ଦିନ ତିନ୍‌ ତଲାକ କହିବା ପରେ ସଂପୃକ୍ତ ମହିଳା ଘର ଛାଡିଛନ୍ତି । ମିର୍ଜ।ପାଟଣାର ଫକରୁଦ୍ଦିନ୍ ଖଁ।ଙ୍କ ବଡପୁଅ ସଲାଉଦ୍ଦିନ୍ ଙ୍କ ସହିତ ସଂପୃକ୍ତ ମହିଳାଙ୍କ ବିବାହ ହୋଇଥିଲା ।ବିବାହ ପରଠାରୁ ବାପଘରୁ କାର ଆଣିବାକୁ ବାରମ୍ବାର ଚାପ ପ୍ରୟୋଗ କରିବା ସହ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ସ୍ବାମୀ ଓ ଶାଶୁଘର ଲୋକେ । ୨୦୧୭ ଅକ୍ଟୋବରରେ ଏକ କନ୍ୟା ସନ୍ତାନ ଜନ୍ମଦେବା ପରେ ନିର୍ଯାତନା ବଢି ଯାଇଥିଲା । ତେଣୁ ସେ ୨୦୧୮ ମେ ୭ରେ ବାପଘରକୁ ଚାଲି ଆସିଥିଲେ । ତବେ ଗତ ଅକ୍ଟୋବର ୧ରେ ସେ ଶାଶୁଘରକୁ ଫେରିବା ପରେ ତାଙ୍କ ସ୍ବାମୀ ତାଙ୍କୁ ତିନି ଥର ତଲାକ୍ ଦେଇଥିବା ସଂପୃକ୍ତ ମହିଳା କେନ୍ଦ୍ରାପଡା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତିନ୍‌ ତଲାକ୍ ପରେ ମିର୍ଜ।ପାଟଣା ଗାଁରେ ପଞ୍ଚାୟତ ବସିଥିଲା । ଏଥିରେ ତିନ୍‌ ତଲାକ୍‌କୁ କାୟମ ରଖିଥିବା ଅଭିଯୋଗ ହୋଇଛି । ମହିଳାଙ୍କୁ ତାଙ୍କ ସ୍ବାମୀ ସଲ୍ଲାଉଦ୍ଦିନ ତିନି ତଲାକ୍ ନୁହେଁ ବରଂ ଏକ ତଲାକ୍ ଦେଇଥିବା ଦାବି କରିଛନ୍ତି ମହିଳାଙ୍କ ଶାଶୂଘର ଲୋକେ । ଏପରିକି ସଂପୃକ୍ତ ମହିଳା କୁଆଡେ ତାଙ୍କ ଶାଶୂଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ଶାଶୂଘର ଲୋକେ ପାଲଟା ଅଭିଯୋଗ କରିଛନ୍ତି । ଏକ ତଲାକ ବ୍ୟବସ୍ଥାରେ ମାସକ ମଧ୍ୟରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଆପୋଷ ବୁଝାମଣା ନହୋଇ ପାରିଲେ ତାହା ଆପଣା ଛାଏଁ ତିନି ତଲାକ୍ ବୋଲି ଧରାଯିବ ।   ଏନେଇ ସଲ୍ଲାଉଦ୍ଦିନଙ୍କ ପ୍ରତିକ୍ରିୟା ମିଳିନାହିଁ । ତିନି ତଲାକ୍ ବ୍ୟବସ୍ଥା ବେଆଇନ ହୋଇଥିବା ବଳେ ସଂପୃକ୍ତ ମହିଳାଙ୍କ ସ୍ବାମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.