ଅଂଶୁଘାତରେ ଚାଷୀ ମୃତ୍ୟୁ ଅଭିଯୋଗ, ବିଲର କାମ କରୁଥିବା ବେଳେ ଟଳିପଡିଲେ
10/06/2023 at 1:23 PM

ମାର୍ଶାଘାଇ ୧୦।୬: ଅଂଶୁଘାତରେ ଚାଷୀ ମୃତ୍ୟୁ ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ରଙ୍କାଳ ଗ୍ରାମରୁ ଆସିଛି ଏଭଳି ଅଭିଯୋଗ ।
ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ରଙ୍କାଳ ଗ୍ରାମର ସନାତନ ନାୟକ ନାମକ ଜଣେ ଚାଷୀ ବିଲକୁ ଚାଷ କାର୍ଯ୍ୟ କରିବାକୁ ଯାଇଥିଲେ । ସକାଳୁ ସକାଳୁ ବିଲକୁ ଯାଇ କୋଡା ଖୁସା କାର୍ଯ୍ୟ କରୁଥିବା ବେଳେ ପ୍ରବଳ ଖରା ଓ ଗୁଳୁଗୁଳି ସହି ନପାରି ତଳେ ପଡିଯାଇଥିଲେ । ପାଖରେ ଥିବା ଅନ୍ୟ ଚାଷୀମାନେ ଦୌଡି ଆସି ଦେଖିଲା ବେଳକୁ ସନାତନଙ୍କ ମୃତ୍ୟୁ ହୋଇସାରିଥିଲା । ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନଥିଲେ ମଧ୍ୟ ଅଂଶୁଘାତରେ ମୃତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ଓ ପରିବାର ଲୋକେ ।
You Can Read :
Related Posts
ହକି ଇଣ୍ଡିଆ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ : ହକି ଓଡ଼ିଶା ତଥା ରାଜ୍ୟ ସଂଘକୁ ଅଣଦେଖା
30 September 2023
ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ
30 September 2023