ପୋଲିସ ଏନକାଉଣ୍ଟରରେ କେନ୍ଦ୍ରାପଡାର ଦୁର୍ଦ୍ଦାନ୍ତ ଅପରାଧି ସନ୍ତୋଷ ମଳିକ ଆହତ
7/10/2018 at 12:04 PM

କେନ୍ଦ୍ରାପଡା ୭/୧୦ : ପୁଣି କେନ୍ଦ୍ରାପଡାରେ ଏନକାଉଣ୍ଟର ହୋଇଛି । ଦୁର୍ଦ୍ଦାନ୍ତ ଅପରାଧି ସନ୍ତୋଷ ମଳିକକୁ ଏନକାଉଣ୍ଟର କରିଛି ପୋଲିସ । କେନ୍ଦ୍ରାପଡାର ଡେରାବିଶ ଥାନା ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଆଜି ଭୋରୁ ଡେରାବିଶ ପୋଲିସ ଓ ସ୍ବତନ୍ତ୍ର ସ୍କ୍ୱାର୍ଡ ମିଳିତ ଭାବେ ଏନକାଉଣ୍ଟର କରିଥିଲେ । ସନ୍ତୋଷ ନାମରେ ବିଭିନ୍ନ ଥାନାରେ ୬୦ ରୁ ଅଧିକ ମାମଲା ରହିଛି । ସନ୍ତୋଷର ଘର ପଟ୍ଟାମୁଣ୍ଡାଇ ଥାନା ଦୋବନ୍ଧା ଗ୍ରାମରେ । ୨୦୦୩ ମସିହାରୁ ସନ୍ତୋଷ ଅପରାଧିକ ଜଗତରେ ପାଦ ରଖିଥିଲା । ପରେ ଚୋରି, ଡକାୟତି, ରାହାଜାନି, ଦାଦବଟି ଆଦାୟ, ଧମକଚମକ ଦେବା ଇତ୍ୟାଦି କାର୍ଯ୍ୟରେ ଲିପ୍ତ ରହିଥିବା ପୋଲିସ କହିଛି । ସନ୍ତୋଷ ନାମରେ କେନ୍ଦ୍ରାପଡା ସମେତ ଜଗତସିଂହପୁର, ଯାଜପୁର, ରାଉରକେଲା ପ୍ରଭୁତି ଅଞ୍ଚଳରେ ଅପରାଧ ମାମଲା ରହିଛି ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023